ଗାଁ ଦାଣ୍ଡରେ ବୋହୂକୁ ଗୋଡେଇ ଗୋଡେଇ ପିଟିଲେ ଶାଶୁ ଘର ଲୋକେ, ଭାଇରାଲ୍ ହେଉଛି ଭିଡିଓ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା କୋର ଗାଁରେ ଅମାନବୀୟ ଘଟଣା । ଗାଁ ଦାଣ୍ଡରେ ବୋହୂକୁ ପିଟିଲେ ଶାଶୁ ଘର ଲୋକେ । ଗୋଡେଇ ଗୋଡେଇ ପିଟିଲେ ଶାଶୁଘର ଲୋକ । ନବବଧୂକୁ ମାଡ଼ ମାରିବା ଦୃଶ୍ୟ କେନ୍ଦ୍ରାପଡାରେ ଭାଇରାଲ ହେବାରେ ଲାଗିଛି । ଜଣେ ନବ ବିବାହିତା ବୋହୂକୁ ଶାଶୁ ଘରର ସମ୍ପର୍କୀୟ ମାନେ ନିର୍ଧୁମ ମାଡ଼ ମାରିଛନ୍ତି ।

ବୋହୂ ଜଣକ ହେଉଛନ୍ତି କେନ୍ଦ୍ରାପଡା ଜଝାଂଙ୍ଗ ଗ୍ରାମର । ଦୁଇ ବର୍ଷ ତଳେ କୋର ଗାଁରେ ବୈଦିକ ରୀତିନୀତିରେ ବିବାହ କରିଥିଲେ । ବିବାହ ପରେ ପାରିବାରିକ ବିବାଦ ଲାଗି ରହିଥିଲା । ମହିଳା ଜଣକ ଗାଁରେ ରହୁଥିବା ବେଳେ ସ୍ୱାମୀ ଓ ଶାଶୂ ରାଜ୍ୟ ବାହାରେ ରୁହନ୍ତି । ମହିଳା ରହୁଥିବା ଘରଟି ମାମୁଁ ଘର ବୋଲି ଦାବି କରିଆସୁଛନ୍ତି । ଗତକାଲି ମାମୁଁ ଘର ଲୋକ ଠେଙ୍ଗା ବାଡି ଧରି ବୋହୂକୁ ମାଡ଼ ମାରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.