କଣ ଏମିତି ହେଲା ଯେ ଶାଶୁ ଘର ଲୋକେ ପଠାଇଦେଲେ ବୋହୁ ଆଣିଥିବା ସବୁ ଜିନିଷ

କଣ୍ଟାମାଳ (କେନ୍ୟୁଜ) : ଏ କଣ, ଏ କି ପ୍ରକାର ଦୃଶ୍ୟ । ସବୁଠି ବୋହୁ ଶାଶୁଘରକୁ ଆସବାବପତ୍ର ଧରିକି ଆସେ, କିନ୍ତୁ ଏଠି କଣ ଅଲଗା ଦୃଶ୍ୟ । ଶାଶୁ ଘରୁ ବାପ ଘରକୁ ଯାଉଛି ବୋହୁର ଜିନିଷ ପତ୍ର । ତାପୁଣି ପୋଲିସଙ୍କ ଉପସ୍ଥିତିରେ । ଗାଡି ଆସି ଲାଗିଛି ଘର ପାଖରେ । ତାଉପରେ ଲଦା ହେଉଛି ବୋହୂ ବାହାଘର ବେଳେ ଆଣିଥିବା ଅଲମିରା ପଲଙ୍କ ଆଲଣା ।

ତେବେ ଏ ଦୃଶ୍ୟ ଦେଖି ଆପଣଙ୍କ ମନରେ ନିହାତି ପ୍ରଶ୍ନ ଆସୁଥିବ । ବୋହୁ ଜିନିଷ ସବୁ ଏମିତି ବାପଘରକୁ ପଠାଯାଉଛି । ପୁଣି ବାହାଘରକୁ ହୋଇଛି ମାତ୍ର ୧୫ ମାସ । ଏମିତିରେ ଏସବୁ ଦୃଶ୍ୟ ଟିକେ ବୁଝାପଡୁନି । ତେବେ କିନ୍ତୁ ଏହା ପଛରେ ରହିଛି ବରାଟ ବଡ କାରଣ । ହଁ ଆଜ୍ଞା ଆଜିର ସମାଜରେ ବି ବଞ୍ଚି ରହିଛି ଘୃଣ୍ୟ ପରମ୍ପରା । ଆଉ ଏହାର ଶିକାର ହେଉଛନ୍ତି ନବ ବଧୂ । ଏ ଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ତାଳଶରଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିଦ୍ଧପୁର ଗାଁରେ ।

ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ଅନ୍ତର୍ଗତ ସିଆଲ୍ ଝୁଲି ଗ୍ରାମର ବାସନ୍ତୀ ମେହେରଙ୍କ ଝିଅ ଲିଜା ମେହେରଙ୍କୁ ଆଜକୁ ୧୫ ମାସ ହେବ ହରି ମେହେରଙ୍କ ପୁଅ ରଘୁନାଥ ମେହେରଙ୍କ ସହ ବାହାଘର ହୋଇଥିଲା। ବାହାଘରର ଦୁଇମାସ ପରେ ଲିଜା ମେହେର ଓ ଜ୍ବାଇଁ ରଘନାଥ ମେହେରଙ୍କୁ ଯୌତୁକ ହିସାବରେ ଶାଶୁ ବାସନ୍ତୀ ମେହେର କିଛି ଜିନିଷପତ୍ର ଦେଇଥିଲେ। ଯାହାକି ଜଣେ ଝିଅ ଶାଶୁଘରକୁ ଆସିଲାବେଳେ ସାଙ୍ଗରେ ଧରି ଆସିଥାଏ । କିନ୍ତୁ ଏହାପରେ ବି ଲିଜା ମେହେରଙ୍କ ସ୍ଵାମୀ ଗାଡ଼ି ଆଣିବା ପାଇଁ କହିଥିଲେ । ଏଥିରେ ଏକ ମଟର ସାଇକେଲ ଦେଇଥିଲେ।

ଝିଅ ଘର ପକ୍ଷରୁ ଯୌତୁକ ଦେଲାପରେ ବି ଶଶୁର , ଶାଶୁ, ସ୍ଵାମୀ ମାନସିକ ଯନ୍ତ୍ରଣା ଦେବା ସହ ଦିଅର ଖରାପ ଦୃଷ୍ଟିରେ ତାଙ୍କୁ ଦେଖୁଥିଲା। ଏହିଭଳି ଶ୍ୱଶୁର ଘର ପରିବାର ଲୋକେ ସୁନା ଚେନ୍ ,ଫ୍ରିଜ୍ , ୫ ଲକ୍ଷ ଆଣିବା ପାଇଁ କହିଥିଲେ ଏବଂ ଜୀବନରୁ ମାରିଦେବା ଧମକ ଦେବା ଦେଇଥିଲେ । ଏହାପରେ ବାଉଁଶୁଣୀ ଥାନାର ଦ୍ୱାରସ୍ଥ ହୋଇଥିଲେ ।

ଶାଶୁ ଶଶୁର ଘରେ ଲିଜା ରହିବା ପାଇଁ କହୁଥିବା ବେଳେ ରଘୁନାଥ ମେହେର ବୌଦ୍ଧ ଜିଲ୍ଲା ଫେମିଲି କର୍ଟରୁ ଡିଭସ୍ ଅଡର ଆଣି ବାଉଁଶୁଣୀ ଥାନାର ଉପସ୍ଥିତିରେ ଝିଅର ବିଭିନ୍ନ ସାମଗ୍ରୀ ପୁଅ ଘର ବାହାରକୁ କାଢି ଦେଇଥିଲେ । ଏହିଭଳି ପୁଅ ରଘନାଥ ମେହେର ଙ୍କୁ ପଚାରିବାରୁ ସେ କହିଥିଲେ ବିଭିନ୍ନ ସମୟରେ ଘରୁ ମନ ଇଛା ତାଲା ଭାଙ୍ଗି ଭାଗିବା ସହ ଚକୁ ଧରି ସମସ୍ତଙ୍କୁ କଟା କୁଟି କରିବା ସହ ଆତ୍ମହତ୍ୟା ଧମକ ଦେଉଥିବା ଯୋଗୁଁ ମୋତେ ଭୟ ଲାଗୁଛି ବୋଲି ସ୍ୱାମୀ ଓଲଟା ଅଭିଯୋଗ କରିଛନ୍ତି । ସେଥିପାଇଁ ମୁଁ ଝିଅକୁ ରଖି ପାରିବିନି କହିଥିଲେ । ପୋଲିସ୍ ଉପସ୍ଥିତିରେ ଆଣିଥିବା ଯୌତୁକ ସାମଗ୍ରୀ ଉଦ୍ଧାର କରି କନ୍ୟା ପକ୍ଷ କୁ ହସ୍ତାନ୍ତର କରାଯାଇଛି l ତେବେ ଏ ସମ୍ପର୍କରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିନାହିଁ ।

Leave A Reply

Your email address will not be published.