୩୦ ବର୍ଷର ଭେଣ୍ଡିଆ ପୁଅ କାଟୁଛି ବନ୍ଦୀ ଜୀବନ, ମା କରୁଛି ଆକୁଳ ନିବେଦନ

ଚୌଦାର (କେନ୍ୟୁଜ) : ମୁଁ ଆଉ ପାରୁନି, କେତେ ଦୁଃଖ ଦେଉଛ ପ୍ରଭୁ। ମୋ ପାଇଁ ଏତେ ନିଷ୍ଠୁର କାହିଁକି? ଏମିତି ଅନେକ କଥା କହି ଗୁମୁରୀ ଗୁୁମୁରୀ କାନ୍ଦୁଛି ଏହି ମାଆଟି। ଜୀବନ ସହିତ ସଂଘର୍ଷ କରି ବଞ୍ଚିବାରେ ବିଫଳ ହେବା ପରେ ସହୟତାର ହାତ ବଢାଇବାକୁ ଆକୁଳ ନିବେଦନ କରିଛନ୍ତି ଜଣେ ବୃଦ୍ଧ ମା । ନହେଲେ ଆତ୍ମହତ୍ୟା ବ୍ୟତିତ ଅନ୍ୟ କିଛି ବାଟ ନାହିଁ ବୋଲି ପ୍ରକାଶ କରିଛନ୍ତି ସେ।ଟାଙ୍ଗୀ ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ବରହମପୁର ପଚାଂୟତର ବ୍ରାହ୍ମଣ ଶାସନରେ ରୁହନ୍ତି ସୁକାନ୍ତି ମିଶ୍ର । ସୁକାନ୍ତିଙ୍କର ୩୦ ବର୍ଷର ଭେଣ୍ଡିଆ ପୁଅ ଅଭିନାସ ମିଶ୍ର,ଯିଏ ପରିବାର ପ୍ରତିପୋଷଣ କରିବା କଥା । କିନ୍ତୁ ବିଧିର ବିଧାନ ଦାଉ ସାଜିଲା । ବିବାହର ୨ ବର୍ଷ ପରେ ସୁକାନ୍ତିଙ୍କ କୋଳରେ ପୁଅଟିଏ ଜନ୍ମ ନେଲା। କିନ୍ତୁ ପିଲାଟି ଜନ୍ମ ହେବାର ମାତ୍ର ୮ ଦିନରେ ତାର ପିତା ପ୍ରଭାତ ମିଶ୍ର ବଜ୍ରପାତରେ ଚାଲିଗଲେ ଆର ପାରିକୁ । କଅଁଳ ଶିଶୁ ସଂସାର କଣ ବୁଝିବା ଆଗରୁ ହୋଇଗଲା ବାପ ଛେଉଁଣ୍ଡ । ଗ୍ରାମ ଲୋକେ ସାଇ ପଡିଶା ଉଆଁଷି କନ୍ୟା ଆଖ୍ୟା ଦେଲେ କୂଳ ବୋହୁ ସୁକାନ୍ତିକୁ । ପୂର୍ବରୁ ଶାଶୁ / ଶ୍ୱଶୁର ବି ଆରପାରିକୁ ଚାଲିଯାଇଛନ୍ତି । ଘରେ କେବଳ ମା ଓ ଶିଶୁ ପୁତ୍ର ଦୁଇ ଜଣ । ବହୁ ଦୁଃଖକଷ୍ଟରେ ସୁକାନ୍ତି ଶିଶୁ ପୁତ୍ର ମୁହଁକୁ ଚାହିଁ ଦିନ କାଟି ଚାଲିଥାଏ । କିନ୍ତୁ ଦଇବ ପୁଣି ବେଡି ଉପରେ କୋରଡା ମାଡ ଭଳି ଦାଉ ସାଧିଲା । ଶିଶୁ ଟିକୁ ୨ ବର୍ଷ ହୋଇଥିବା ବେଳେ ବାତ ମାରି କରିପକାଇଲା ବ୍ରେନ୍ ହାମ୍ବ୍ରେଜ୍ ।

helpଟଙ୍କା ପଇସା ଅଭାବରୁ ମେଡିକାଲ ସୁବିଧା ଯୋଗାଇ ପାରିଲାନି ଶୁକାନ୍ତି । ଶିଶୁ ପୁତ୍ର ଧିରେ ଧିରେ ବଡ ହେବାକୁ ଲାଗିଲା । ହେଲେ ତାର ଶ୍ରବଣ ଶକ୍ତି ,ବାକ୍‌ଶକ୍ତି ହରାଇବା ସହିତ ଓ ମାନସିକ ବିକାର ଗ୍ରସ୍ତ ହୋଇଗଲା । ଦିନକୁ ଦିନ ପାଗଳର ପ୍ରକୋପ ବଢିବାକୁ ଲାଗିଲା । ନିଜ ମା ଓ ସାଇ ପଡିଶା ମାନଙ୍କୁ ଗୋଡେଇବା ସହିତ କାମୁଡା କାମୁଡି ଏବଂ ବିଭିନ୍ନ ଅଶୋଭନୀୟ କାର୍ଯ୍ୟକଳାପ କରିବାକୁ ଲାଗିଲା । ମା ବି ଡରିଲା ପୁଅକୁ ତେଣୁ ବାଧ୍ୟ ହୋଇ ଗୋଟିଏ ଘରେ ଜେଲଖାନା ଭଳି ଗେଟ୍ ଲଗାଇ ପୁଅକୁ ରଖିଛି ମା।ପରିବାର ପ୍ରତି ପୋଷଣ ପାଇଁ ପ୍ରସାଶନ ପକ୍ଷରୁ ରାସନ ଚାଉଳ ୧୦ କିଲୋ ଓ ବିଧବା ଓ ଭିନ୍ନକ୍ଷମ ଭତା ୧ ହଜାର ଟଙ୍କା ଯୋଗାଇ ଦିଆଯାଇଛି ସୁକାନ୍ତିକୁ । ହେଲେ ପାଗଳ ପୁଅର ପାଗଳାମିରେ ଅତିଷ୍ଟ ହୋଇ ପଡିଛି ମା । ପୁଅର ଥଇଥାନ ପାଇଁ ବହୁ ସେଛାସେବୀ ସଂସ୍ଥା ଆସୁଛନ୍ତି କିନ୍ତୁ ତାର କାର୍ଯ୍ୟକଳାପକୁ ଦେଖି କେହି ନେବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ପୁଅର ଡାକ୍ତରୀ ଚିକିତ୍ସା କିମ୍ବା କୌଣସୀ ପାଗଳ ଖାନାକୁ ସ୍ତାନାନ୍ତର ପାଇଁ ଆକୁଳ ନିବେଦନ କରିଛନ୍ତି ଶୁକାନ୍ତି।

ଗ୍ରାମବାସୀ ମାନେ ସୁକାନ୍ତିଙ୍କ ଦୁଃଖ ଦେଖି କିଛି କିଛି ସହୟତା କରୁଥିଲେ ମଧ୍ୟ ଏହା ସମୁଦ୍ରକୁ ଶଙ୍ଖେ ଭଳି । ହେଲେ ଅବିନାସର ପାଗଳାମି ଦିନକୁ ଦିନ ବଢିବାରେ ଲାଗିଛି ଯଦି ଗେଟ୍ ଖୋଲି ବାହାରକୁ ଚାଲିଆସେ ନିଶ୍ଚିତ ଅଘଟଣ ଘଟିବ ବୋଲି ଆଶଙ୍କା କରିଛନ୍ତ ଗ୍ରାମବାସି ଏଣୁ ସରକାର ଏହାକୁ ନେଇ ପାଗଳଖାନାରେ ରଖିବାକୁ ଜଣାଇଛନ୍ତି । ଏହି ବିଶୟରେ ସରପଚଂଙ୍କ ପ୍ରତିନିଧି ରଣଜିତ୍ ରାଉତ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ଏହି ମାନସିକ ବିକାରଗ୍ରସ୍ତ ଅଭିନାସର ଥଇଥାନ ପାଇଁ।

ତେବେ ଯଦି କେହି ଅସହାୟ ସୁକାନ୍ତିଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତାହେଲେ ଏଥିରେ ଯୋଗାଯୋଗ କରନ୍ତୁ।
ସହୟତା ପାଇଁ ଫୋନ୍ ନଂ -୯୯୩୭୨୪୫୯୦୦ ଗାଁ ମୁରବୀ କୈଳାସ ଚନ୍ଦ୍ର ବରାଳ, ମୋବାଇଲ ନମ୍ବର ୯୭୭୮୦୯୦୧୭୭।

Leave A Reply

Your email address will not be published.