ହଜିଗଲାଣି ମାନବିକତା : ଛଅ ପୁଅ-ଝିଅ ଥାଇ ବି ଅନାଥ ମା’

ଗୋପ: ପୁରୀ ଜିଲ୍ଲା ନିମାପଡା ବ୍ଳକ୍ ଶାଇଁସ ଶାସନ ପଞ୍ଚାୟତ ଦୁର୍ଗାପୁର ଗ୍ରାମର ଶୁଷିଳା ନାୟକ । ବୟସ ୮୮ ବର୍ଷ । ପରିବାର କହିଲେ ତିନି ପୁଅ ଓ ତିନି ଝିଅ । ସ୍ବାମୀ ଆରପାରିକୁ ଚାଲିଗଲାପରେ ବହୁ ଅସୁବିଧାରେ ତିନି ପୁଅ ଓ ତିନି ଝିଅଙ୍କ ବାହାଘର କରାଇଲେ ଶୁଷିଳା । କିନ୍ତୁ ଏବେ ତିନି ପୁଅ ଥାଇ ମଧ୍ଯ ନଥିଲା ଭଳିଆ । ଶୁଷିଳା ତିନି ବର୍ଷ ତଳେ ପକ୍ଷାଘାତ ରୋଗରେ ପୀଡିତ ହେଲା ପରେ ପୁଅମାନେ ଆଉ ପଚାରିଲେନାହିଁ ।

bouଏମିତି କି ପୁଅମାନେ ଶୁଷିଳାଙ୍କୁ ଆଣି ସାନ ଝିଅ ଘରେ ଛାଡି ପଳାଇଲେ । ସେବେଠାରୁ ସେ ଝିଅ ମମତାଙ୍କ ପାଖରେ ରହି ଆସୁଛନ୍ତି । ମମତାଙ୍କ ଆର୍ଥିକ ଅବସ୍ଥା ବି ସେତେଟା ସ୍ବଚ୍ଛଳ ନୁହେଁ । ତାଙ୍କ ସ୍ବାମୀ ଜଣେ ଦିନ ମଜୁରିଆ ଭାବେ କାର୍ଯ୍ଯ କରନ୍ତି । ଏବେ ଲକ୍ ଡାଉନ୍ ଚାଲିଥିବା ଫଳରେ କାମ ଧନ୍ଦା ବନ୍ଦ ଥିବାରୁ ପରିବାର ପ୍ରତିପୋଷଣ କରିବା ଭାରି କଷ୍ଟକର ହୋଇପଡୁଛି । ତା ଉପରେ ମାଙ୍କ ଦାୟିତ୍ବ ତୁଲାଇବା ତାଙ୍କ ପକ୍ଷେ ବହୁ କଷ୍ଟକର ହୋଇପଡୁଛି ।

daughterଅନ୍ଯପଟେ ତିନି ବର୍ଷ ମଧ୍ଯରେ ଅନେକ ଥର ଭାଇ ଭାଇ ମାନଙ୍କ ମଧ୍ଯରେ ସମାଧାନ ପାଇଁ ନ୍ଯାୟ ବସିଥିଲେ ମଧ୍ଯ ତାହା ସମାଧାନ ହୋଇପାରୁନାହିଁ । ଯାହା ଫଳରେ ବୟସର ଅପରାହ୍ନରେ ଏଭଳି ଅବସ୍ଥା ଭୋଗୁଛନ୍ତି ଶୁଷିଳା ଯାହାକୁ ସେ କାହାକୁ କହିପାରୁନାହାନ୍ତି କି ସହିପାରୁନାହାନ୍ତି ।

maaତେବେ ଏ ବାବଦରେ ଶୁଷିଳାଙ୍କ ତିନି ପୁଅଙ୍କ ପ୍ରତିକ୍ରିୟା ମିଳିପାରିନଥିବାବେଳେ ନିମାପଡା ତହସିଲଦାର ଘଟଣା ବିଷୟରେ ଜାଣିବା ପରେ କହିଛନ୍ତି କି, ତଦନ୍ତ କରି ଖୁବ୍ ଶିଘ୍ର ସୁଷିଳାଙ୍କୁ ସରକାରଙକ ଦ୍ବାରା ପରିଚାଳିତ ବ୍ରୁଦ୍ଧା ଆଶ୍ରମରେ ଛଡାଯିବ । ଶୁଷିଳାଙ୍କୁ ନ୍ଯାୟ ପ୍ରଦାନ ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ପଡୋଶୀମାନେ ସମସ୍ତେ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.