ଡାହାଣୀ ସାଜିଲା ମା ‘, ନିଜେ ବିଷ ପିଇବା ସହିତ ପୁଅକୁ ବି ପିଆଇଲା

ଉଦଳା (କେନ୍ୟୁଜ): ଡାହାଣୀ ସାଜିଲା ମା ‘ । ନିଜେ ବିଷ ପିଇବା ପରେ ୪ ବର୍ଷର ଶିଶୁପୁତ୍ରକୁ ପିଆଇଲା ବିଷ । ଏବେ ମା ଓ ପୁଅ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ଉଦଳା ଥାନା ନାବରା କଲୋନୀ ଗ୍ରାମରେ । ତେବେ ଏହାର କାରଣ ପାରିବାରିକ କଳହ ନା ଆଉ କିଛି ତାହା ଜଣାପଡି ନାହିଁ ।
ସୂଚନା ଅନୁସାରେ ଗ୍ରାମର ଆଲୋକ ବାଘଡାଙ୍କ ସ୍ତ୍ରୀ ସବିତା ରାଉତ ଆଜି ମଧ୍ୟାହ୍ନରେ ଶିଶୁପୁତ୍ରକୁ ନେଇ ହଠାତ ଘର ଭିତରକୁ ପଶି ଭିତରୁ ତାଲା ପକାଇ ଦେଇଥିଲେ । ଘର ଭିତରେ ସେ ନିଜେ ବିଷ ପିଇବା ସହ ୪ ବର୍ଷର ଶିଶୁପୁତ୍ର ରାଜେଶ ବାଘଡାକୁ ମଧ୍ୟ ବିଷ ପିଆଇଥିଲା । କିଛି ସମୟ ପରେ ସ୍ୱାମୀ ଆଲୋକ ଘର ବାହାରେ ବସି ଖାଉଥିବା ବେଳେ ରାଜେଶ ବାହାରକୁ ଆସି ବାନ୍ତି କରିଥିଲା । ବାନ୍ତି କରିବା ପରେ ବିଷ ଗନ୍ଧ ଆସିବାରୁ ପରିବାର ଲୋକେ ପିଲାଟି ବିଷ ପିଇଛି ବୋଲି ଜାଣିବାକୁ ପାଇଥିଲେ । ଏହା ସହିତ ମା ସବିତା ମଧ୍ୟ ବିଷ ପିଇଥିବା ଜାଣି ଉଭୟଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ ଉଭୟ ମା ଏବଂ ଶିଶୁପୁତ୍ରଙ୍କ ଅବସ୍ଥା ଗୁରୁତର ଅଛି । ଏଭଳି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।