ରାଜ୍ୟ

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ ଲୋକ ରୁଣ୍ଡ ହୋଇଛନ୍ତି କାହିଁକି ? ଆଉ ଏ ମହିଳା ଜଣକ କିଏ ? ଏତେ ଜୋରେ ପାଟି କରି କାନ୍ଦୁଛନ୍ତି କାହିଁକି ? ଏ ଦୃଶ୍ୟ ଦେଖି ଆପଣ ଯେମିତି ବିଚଳିତ ହେଉଛନ୍ତି । ଆମେ ମଧ୍ୟ ପ୍ରଥମେ ଏହି ଦୃଶ୍ୟ ଦେଖି ବିସ୍ମିତ ହୋଇଥିଲୁ । ତା ପରେ ଯେତେବେଳେ ଆମେ ଯାଇ ସେହି ଘଟଣା ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲୁ ସେତେବେଳେ ଜଣାପଡ଼ିଥିଲା ପ୍ରକୃତ ଘଟଣା କଣ ?

ମୃତ ଝିଅର ଅଭିଯୁକ୍ତ ଗିରଫ ଓ କାର୍ଯ୍ୟନୁଷ୍ଠାନ ଦାବିରେ ଥାନା ବାରଣ୍ଡାରେ କାନ୍ଦି ଗଡ଼ୁଛି ମା’ l ଝିଅ ମୃତ୍ୟୁକୁ ବିତିଗଲାଣି ୨୩ଦିନ । ହେଲେ ମିଳୁନି ନ୍ୟାୟ । ନ୍ୟାୟ ମିଳୁନଥିବା ଯୋଗୁଁ ଆଜି ମା ଥାନାରେ ପହଞ୍ଚି ଏପରି କାନ୍ଦି କାନ୍ଦି ଅଭିଯୋଗ କରୁଛନ୍ତି ମୃତ ଝିଅର ମା ଓ ତାଙ୍କ ପରିବାର l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ବାରଣ୍ଡାରେ l

ଗତ ୨୪ ଦିନ ତଳେ ସୋର ଥାନା ମଙ୍ଗଳପୁର ଗୋପୀନାଥ ପୁର ଗାଁର ଗଣେଶ ଗୋଛାୟତଙ୍କ ସ୍ତ୍ରୀ ଲଳିତା ଗୋଛାୟତଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା l ତେବେ ଗଣେଶ ୨୦୧୮ ମସିହାରେ ଅସୀମିଳା ଗାଁର କମଳାକାନ୍ତ ମୁଦୁଲିଙ୍କ ଝିଅ ଲଳିତାକୁ ବୈଦିକ ରୀତିରେ ବିବାହ କରିଥିଲେ l ଲଳିତା ଓ ଗଣେଶ ଔରସରୁ ଏକ ମାତ୍ର ଝିଅ ମଧ୍ୟ ଜନ୍ମ ନେଇଥିଲା l ସେମାନେ ହସ ଖୁସିରେ ପରିବାର ଚଳାଉଥିଲେ l ଗଣେଶ ଦିନରେ କାମକୁ ଯାଉଥିବା ବେଳେ ଲଳିତା ଜଙ୍ଗଲକୁ କାଠ ଆଣିବା ପାଇଁ ଚାଲିଯାଏ l

ଘଟଣା ଦିନ ହଠାତ୍‌ ସନ୍ଧ୍ୟାରେ ଲଳିତା ଘରେ ଜୀବନ ହାରିଥିବା ଦେଖି ସମସ୍ତେ ବ୍ୟସ୍ତ ହୋଇ ପଡିଥିଲେ ପରେ ଥାନାକୁ ଖବର ଦେଇଥିଲେ l ମୃତ ଲଳିତା ନିକଟରୁ ଏକ ମୋବାଇଲ ମଧ୍ୟ ପୋଲିସ ଜବତ କରିଥିଲା l ଏହି ଘଟଣାରେ ଗଣେଶର ପଡିଶା ଚିରଞ୍ଜୀବ ଗୋଛାୟତ ସମ୍ପୃକ୍ତି ଥିବା ଲଳିତା ବାପ ଘରୁ ଅଭିଯୋଗ ହୋଇଥିଲା l ପୋଲିସ ଆଜି ଚିରଞ୍ଜୀବକୁ ଅଟକ ରଖିଥିଲା l

ତେବେ ଘଟଣାର ସମାଧାନ ପାଇଁ ମଙ୍ଗଳପୁର ଅଞ୍ଚଳର ଜଣେ ଦଲାଲ ଚାପ ପକାଇବାରୁ ଆଜି ସୋର ଥାନା ପରିସରରେ ଭିନ୍ନ ମୋଡ଼ ନେଇଥିଲା l ଅସୀମିଳା ଅଞ୍ଚଳର ମୃତ ଲଳିତା ମା ଶାନ୍ତିଲତା ଓ ବାପା କମଳାକାନ୍ତ ମୁଦୁଲି ପୋଲିସ ଉପରେ ଚାପ ପକାଇ ଘଟଣାକୁ ଚାପି ଦେଉଛି, ପୋଲିସ ନ୍ୟାୟ ଦେଉ ନାହିଁ ଅଭିଯୋଗ କରି ଥାନା ବାରଣ୍ଡାରେ କାନ୍ଦି କାନ୍ଦି ଗଡି ଯାଉଥିଲା । ମା’ କୁ ପୋଲିସ ଯେତେ ବୁଝାଉଥିଲେ ମଧ୍ୟ ମା’ ଶାନ୍ତିଲତା କାନ୍ଦି କାନ୍ଦି ଗଡୁଛନ୍ତି ।

 

Sasmita

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

23 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

54 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

56 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

59 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

1 hour ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago