ଅର୍ଥାଭାବରୁ ଓଡ଼ିଆ ଯୁବକଙ୍କ ଅପରେସନ ହୋଇପାରୁନି, ସାହାଯ୍ୟ ପାଇଁ ମାର ବିନତି

ବାଲେଶ୍ଵର: କେଉଁଠୁ ଆସିବ ଆଉ କେମିତି ପୁଅର ଅପରେସନ ହେବ ଚିନ୍ତାରେ ମୁଣ୍ଡ କାମ କରୁନି ମା’ର। ଅର୍ଥାଭାବରୁ ରୋଜଗାରିଆ ପୁଅର ଅପରେସନ ହୋଇପାରୁନି । ଅପରେସନ ପାଇଁ ଦରକାର ୧୫ ଲକ୍ଷ ଟଙ୍କା । କେଉଁଠୁ ଆଣିବେ କେମିତି ପୁଅର ଅପରେସନ କରାଇବେ । କାନ୍ଦି କାନ୍ଦି ସାହାଯ୍ୟ ପାଇ ବିନତି କରୁଛନ୍ତି ମା ଓ ଭାଇ । ପୁଅ ବେଙ୍ଗାଲୁରୁ ଆସିଥିଲା ରୋଜଗାର କରିବାକୁ । ହେଲେ ଏବେ ଦୁର୍ଘଟଣାର ଶିକାର ହୋଇ ହସ୍ପିଟାଲ ବେଡ଼ରେ ଶୋଇ ରହିଛି ପୁଅ । ଏଭଳି ଏକ ଘଟଣା ବେଙ୍ଗାଲୁରୁ ରେ ଘଟିଛି ।
ବାଲେଶ୍ଵର ଜିଲା ହରିପୁର ତାଳକୁରୁଆ ଗାଁର ମୁକୁନ୍ଦ ସାହୁଙ୍କ ପୁଅ କଳ୍ପତରୁ । ବର୍ଷ ହେବ ରୋଜଗାର ଆଶାରେ ବେଙ୍ଗାଲୁରୁ ଯାଇଥିଲେ। କଳ୍ପତରୁ ଗରିବ ପରିବାରର ହୋଇଥିବା ବେଳେ ପରିବାର ଚଳାଇବା ପାଇଁ ସେ ଜମାଟୋରେ ଦେଲିଭରି ବଏ ଭାବେ କାର୍ଯ୍ୟ କରୁଥିଲେ । ହେଲେ ଏକ ସଡ଼କ ଦୁର୍ଘଟଣା ଆଜି ସବୁ କିଛି ନଷ୍ଟ କରିଦେଲା । ରୋଜଗାରିଆ ପୁଅର ଦୁର୍ଘଟଣାରେ ମେରୁଦଣ୍ଡ ଭାଙ୍ଗିବା ସହ ଏକ କିଡନୀ ନଷ୍ଟ ହୋଇଯାଇଛି ।
କଳ୍ପତରୁ ପ୍ରତିଦିନ ଭଳି ନିଜ ସ୍କୁଟି ଧରି ଜମାଟୋ ଡେଲିଭରି ଦେବା ପାଇଁ ବାହାରିଥାଏ । ସେଦିନ କିଏ ଜାଣିଥିଲା ହଠାତ୍ ତାଙ୍କ ସହ ଏଭଳି କିଛି ଘଟିଯିବ ବୋଲି । ଏକ ପାଣି ଟାଙ୍କି ଟ୍ରକ୍ କଳ୍ପତରୁ ଉପରେ ଚଢ଼ିଯିବ । କଳ୍ପତରୁ ରାସ୍ତାରେ ୟୁ ଟର୍ଣ୍ଣ ନେଉଥିବା ବେଳେ ସେପଟରୁ ଆସୁଥିବା ଏକ ପାଣି ଟାଙ୍କି ଟ୍ରକ କଳ୍ପତରୁ ଉପରେ ଚଢ଼ିଯାଇଥିଲା । କିଛି ସମୟ ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ କଳ୍ପତରୁକୁ ଆମ୍ବୁଲାନ୍ସ ଯୋଗେ ମେଡ଼ିକାଲ ନେଇଯାଇଥିଲେ । ସେଠାର କଳ୍ପତରୁର ଚିକିତ୍ସା ଆରମ୍ଭ ହୋଇଯାଇଥିଲା । ହେଲେ ଏହି ଦୁର୍ଘଟଣାରେ କଳ୍ପତରୁ ତାର ଗୋଟିଏ କିଡନୀ ହରାଇ ଥିବା ବେଳେ ମେରୁଦଣ୍ଡ ଭାଙ୍ଗି ଯାଇଛି ଆଉ ଦୁଇ ଗୋଡ଼ ମଧ୍ଯ ଭାଙ୍ଗି ଯାଇଛି । ତେବେ ଡାକ୍ତର ଅପରେସନ ନହେଲେ କଳ୍ପତରୁ ଭଲ ହେବନି ବୋଲି କହିଥିଲେ । ୪ ଦିନ ରଖିବା ପରେ ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଯାଇଥିଲା । ତେଣୁ ଅର୍ଥ ଅଭାବ ରୁ ବେଙ୍ଗାଲୁରୁ ସରକାରୀ ଭିକ୍ଟୋରିଆ ହସ୍ପିଟାଲ କୁ ନେଇଥିଲେ ବୋଲି ତାର ଭାଇ କହିଛି ।
ଭିକ୍ଟୋରିଆ ହସ୍ପିଟାଲ ରେ କଳ୍ପତରୁ ର ଚିକିତ୍ସା ଚାଲିଥିବା ବେଲେ ଡ଼ାକ୍ତର କହିଛନ୍ତି ଖୁବଶିଘ୍ର ଅପରେସନ ଆବଶ୍ୟକ । ଅପରେସନ ପାଇଁ ଆବଶ୍ୟକ ୧୫ ଲକ୍ଷ ଟଙ୍କା । ଏତେ ଗୁଡ଼େ ଟଙ୍କା କେଉଁଠୁ ଆସିବ ଯାହା ଅର୍ଥ ଆଉ କିଭଳି ପୁଅର ଅପରେସନ ହେବ ଚିନ୍ତାରେ ମା । ଏତିକି ବେଳେ ବେଙ୍ଗାଲୁରୁ ର ଓଡ଼ିଆ ସଂଗଠନ ମା ତାରିଣୀ ଟ୍ରଷ୍ଟ ପହଞ୍ଚି ଆର୍ଥିକ ସହଯୋଗ୍ କରିବା ସହ ଆମ ପ୍ରତିନିଧି ଙ୍କୁ ଜଣାଇଥିଲେ । ଆମ ପ୍ରତିନିଧି ମେଡିକାଲ ରେ ପହଞ୍ଚି ଘଟଣା ସମ୍ପର୍କରେ ଜାଣିବା ସହ ଅପରେସନ ସମ୍ପର୍କରେ ବୁଝୁଥିଲେ । କଳ୍ପତରୁ ସହ ମଧ୍ଯ କଥା ହେଇଥିଲେ । କଳ୍ପତରୁ କାନ୍ଦି କାନ୍ଦି ସାହାଯ୍ୟ ସହଯୋଗ ମାଗିଛନ୍ତି। ଏବଂ ଓଡ଼ିଶା ସରକାର ଙ୍କୁ ସାହାଯ୍ୟ କରିବାକୁ ହାତ ଯୋଡି ବିନତି କରିଛନ୍ତି । ସମସ୍ତଙ୍କ ସାହଯ୍ୟ ହେଲେ କଳ୍ପତରୁର ଅପରେସନ ହୋଇପାରିବ ।
ତେବେ କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହାଁନ୍ତି ତେବେ ଏହି ଠିକଣାରେ ଯୋଗାଯୋଗ କରନ୍ତୁ ।
Account Details
A/C – 36811513925
Name -SANTAKAR SANTAPRIYA SAHOI
IFSC code -SBIN 0010363
Branch – SARAJAPURAROAD
Google pay number -9741455502