ଜମିବାଡି ବିବାଦକୁ ନେଇ ଲୋମଟାଙ୍କୁରା ଦୃଶ୍ୟ: ଗୋଟିଏ ଘରେ ୭ ଦିନ ଧରି ମା ପୁଅଙ୍କୁ ଗୃହବନ୍ଦୀ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ଅଭାବନୀୟ ଘଟଣା। ୭ ଦିନ ଧରି ମା ପୁଅ ଗୋଟିଏ ଘରେ ଗୃହବନ୍ଦୀ ଭୁବନେଶ୍ୱର ସିଆରପି ସ୍ଥିତ ପ୍ରିୟଦର୍ଶିନୀ ମାର୍କେଟ ପଛପଟେ ଥିବା ଘରେ ଏଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି। ୭୬ବର୍ଷିୟ ବୃଦ୍ଧା ଓ ତାଙ୍କ ପୁଅ ଘରେ ଥିବା ବେଳେ କେହି ତାଲା ପକାଇ ଦେଇଛି।
ଜମିବାଡ଼ି ବିବାଦକୁ କେନ୍ଦ୍ର କରି କେହି ଘର ବାହାରୁ ତାଲା ପକାଇଦେଇଛନ୍ତି । ବୃଦ୍ଧା ମା ଓ ପୁଅ ବନ୍ଦୀ ଜୀବନ କାଟୁଥିବା ବେଳେ ବାହାରେ ବଡ଼ପୁଅ ମାଙ୍କୁ ଚାହିଁ ରହିଛି। ପୋଲିସ ଘର ବାହାରେ ଜଗି ରହିଥିବା ବେଳେ କେହି ଯେଭଳି ଭିତରକୁ ପଶିନପାରେ ସେନେଇ କନଷ୍ଟେବଲଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ପୋଲିସ ଜଣକ କହିଛନ୍ତି। ସେପଟେ ନିଜ ଘରେ ବନ୍ଦୀଥିବା ବୃଦ୍ଧା ତାଙ୍କୁ ମୁକୁଳାଇବାକୁ ନିବେଦନ କରିଛନ୍ତି।
=