ଝିଅର ଆତ୍ମହତ୍ୟା ପରେ ବେକରେ ଫାସି ଦେଇ ଝୁଲି ପଡିଲେ ମାଆ, ଅନାଥ ହୋଇଗଲା ୪ ବର୍ଷର ପୁଅ

maaକେନ୍ଦୁଝର: ଅପରାଧ ବଢ଼ିବା ସହ ବଳି ପଡ଼ୁଛି ସଂପର୍କ। କେନ୍ଦୁଝର ବଡବିଲ ବକଲହଟିଂ ଗାଁରେ ଘଟିଛି ଏପରି ହୃଦୟ ବିଦାରକ ଘଟଣା। ଆଉ ଝିଅର ଏପରି ଆକସ୍ମିକ ମୃତ୍ୟୁରେ ଭାଙ୍ଗିପଡି ୨୪ ଘଣ୍ଟା ନ ପୂରୁଣୁ ବେକରେ ଫାଶି ଦେଇ ଝୁଲି ପଡ଼ିଲା ମାଆ। ସେପଟେ ମାଆକୁ ହରାଇ ଅନାଥ ହୋଇଯାଇଛି ୪ ବର୍ଷର ପୁଅ। ଅଭିଯୋଗ ଅନୁଯାୟୀ ଭୀମ ବାହାଦୁର ନିଜ ସ୍ତ୍ରୀ ଦଶମା ବିରୁଆ ଝିଅ ଭାରତୀ ଓ ପୁଅ ଅମିତ୍ ସହ ବକଲହଟିଂ ଗାଁରେ ରହୁଥିଲେ। ଗତ ୨୭ତାରିଖ ଦିନ ଦଶମା ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ।

motherତେବେ ଝିଅ ସାଙ୍ଗରେ ଯିବା ପାଇଁ ଜିଦ ଧରିଥିଲା। ମାତ୍ର ସେ ସାଙ୍ଗେ ସାଙ୍ଗେ ଫେରିଆସିବେ ବୋଲି କହି ଝିଅକୁ ସାଙ୍ଗରେ ନେଇନଥିଲେ। ତେବେ ଘରକୁ ଫେରି ଦେଖିବା ବେଳକୁ ଝିଅ ନିଜ ଜୀବନ ହାରିଦେଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ କରୁଛି। ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.