ବୟସର ଅପରାହ୍ନରେ ପାଗଳା ପୁଅକୁ ଧରି ବରଡା ପତ୍ର ଘରେ ରହୁଛନ୍ତି ବୃଦ୍ଧା ମାଆ

ଭଦ୍ରକ (କେନ୍ୟୁଜ) : ବହୁତ ଏମିତି ଲୋକ ଅଛନ୍ତି ଯେଉଁମାନେ ଆଜିବି ଗରିବ ରେଖାରେ ଜୀବନ ଜିଉଁଛନ୍ତି। ଖାଦ୍ୟ କହିଲେ ଲୁଣ ପଖାଳ ଆଉ ବାସଗୃହ କହିଲେ ବରଡା ପତ୍ର ଘର। ଏମାନଙ୍କୁ ଦେଖିଲେ ବହୁତ ଦୁଃଖ ଲାଗିବ। ଆଉ ଆପଣ ଭାବିବେ ସତରେ କେତେ ଦୁଃଖ କଷ୍ଟରେ ବଞ୍ଚୁଛନ୍ତି ଏମାନେ।

ଏଭଳି ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ ଗେଲଟୁଆ ପଂଚାୟତ ରଣପଦା ଗାଁରେ। ଏଠାରେ ଜଣେ ୮୦ ବର୍ଷର ବିଧବା ମହିଳା ମାତାଜୀ ରାଉତ। ତାଙ୍କର ପାଗଳା ପୁଅକୁ ଧରି ସମ୍ପୂର୍ଣ୍ଣ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ନା ମୁଣ୍ଡ ଗୁଂଜିବା ପାଇଁ ଘର ଖଣ୍ଡିଏ ଅଛି ନା ଦୀର୍ଘଦିନ ଖାଇବା ପାଇଁ ଅନ୍ତର୍ଦ୍ୱୟ କାର୍ଡ ଅଛି। କୌଣସି ବି ବ୍ୟବସ୍ଥା ୟାଙ୍କ ପାଖରେ ନାହିଁ। ଏପରି ସ୍ଥଳେ ନିଜ ଜନ୍ମ କଲା ପୁଅ ବୃଦ୍ଧାବସ୍ଥାରେ ମା କୁ ସାହା ହେବ କଣ ନିଜେ ପାଗଳ ହୋଇ ନିଜ ମା ପାଇଁ ବୋଝ ସାଜିଛି। ତଥାପି ବହୁ କଷ୍ଟରେ ପୁଅ ପାଇଁ ଖାଦ୍ୟ ଯୋଗାଡ଼ କରୁଛି ମା। ହେଲେ ଘର ଖଣ୍ଡେ ନ ଥିବାରୁ ବରଡ଼ା ପତ୍ର ରଖି ଅତ୍ୟନ୍ତ ଦୁଃଖ ଦୂର୍ଦ୍ଦିନରେ ବଂଚିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି।

ବୟସର ଅପରାହ୍ନରେ ଥିବା କାରଣରୁ ମାଆ ମାତାଜୀ ନିଜ ପାଗଳ ପୁଅର ଯତ୍ନ ମଧ୍ୟ ଠିକ ଭାବେ ନେଇ ପାରୁ ନାହାନ୍ତି। ଏପରି ସ୍ଥଳେ ରୋଷେଇ କରି ଦେବା ଓ ନିଜେ ଖାଇବା ବହୁତ କଷ୍ଟକର ହୋଇ ପଡୁଛି। ଆଖିକୁବି ଭଲଭାବେ ଦିଶୁନାହିଁ। ସେହି ବରଡ଼ା ପତ୍ର ଘରେ ବର୍ଷା ଖରାରେ ରହି ହେଉ ନ ଥିବା ଯୋଗୁ ବୃଦ୍ଧା ଜଣଙ୍କ ପାଖରେ ଥିବା ବରଗଛ ତଳେ ଅଧିକାଂଶ ସମୟରେ ଯାଇ ରହୁଛନ୍ତି। ତେବେ ସରକାରୀ ସହାୟତା କହିଲେ ମାତ୍ର ୫ କିଲୋ ଚାଉଳ ଓ ୫ ଶହ ଟଙ୍କା ଭତ୍ତା। ସେଥିରେ ତାଙ୍କ ଔଷଧ ଖର୍ଚ୍ଚ ଓ ଘର ଖର୍ଚ୍ଚ ଅଣ୍ଟୁନାହିଁ। ଯଦି କିଏ ଦେଉଛି ଖାଉଛନ୍ତି ନ ହେଲେ ନାହିଁ। ଘର ଖଣ୍ଡିଏ ପାଇଁ ସେ ବହୁ ଲୋକଙ୍କ ପାଖରେ କାକୁତି ମିନତୀ ହେଉଛନ୍ତି, ସ୍ଥାନୀୟ ସରପଞ୍ଚଙ୍କ ପାଖରେ ବି ଗୁହାରି କଲେ କିନ୍ତୁ କେହି ବି ଶୁଣୁନାହାଁନ୍ତି ତାଙ୍କ ଗୁହାରି।

ତେବେ ଏ ସମ୍ପର୍କରେ ଭଦ୍ରକ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ସ୍ଥାନୀୟ ସରପଞ୍ଚଙ୍କୁ କହିଛନ୍ତି ତାଙ୍କୁ ମାଗଣା ଖାଦ୍ୟ ଓ ପଲିଥିନ୍‌ ଦେବା ପାଇଁ। ସେହିପରି ତାଙ୍କାର SECC ରିପୋର୍ଟରେ ନାଁ ନାହିଁ ତେଣୁ ତାଙ୍କ ନାଁକୁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଏବଂ ବହୁତ ଜଲଦି ତାଙ୍କୁ ନିଶ୍ଚିତ ପକ୍କା ଘର ଖଣ୍ଡିଏ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଡ଼ିଓ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.