ନୟାଗଡ଼ : ନୟାଗଡ଼ ଫତେଗଡ଼ରେ ଦୁଇ ଛୁଆଙ୍କ ଆଗରେ ମାଆର ଗଳା କାଟି ହତ୍ୟା ଘଟଣାରେ ୨ ଅଟକ । ଥାନାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଅଭିଯୁକ୍ତଙ୍କ ଗାଁରେ ଚଢାଉ କରି ଧରିଛି ପୋଲିସ । ଫେରାର ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ ପୋଲିସର ତନାଘନା ଜାରି ରହିଛି । ସାଇଣ୍ଟିଫିକ୍ ଟିମ୍ ସହ SDPO ତଦନ୍ତ କରୁଛନ୍ତି ।
ଗତକାଲି ଫତେଗଡ ଥାନା ଭାପୁର ଷ୍ଟାଡିୟମ ନିକଟରେ ଦୁଇ ଛୁଆଙ୍କ ସାମ୍ନାରେ ଜଣେ ବିଧବା ମହିଳାଙ୍କୁ ହତ୍ୟା କରାଯାଇଥିଲା । ୨ ବର୍ଷ ପୂର୍ବେ ବିଦ୍ୟୁତ ଆଘାତରେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ପୁଅ ଓ ଝିଅକୁ ଧରି ଭାପୁରରେ ମହିଳା ଜଣକ ଭଡା ଘରେ ରହୁଥିଲେ । ତେବେ କଣ ପାଇଁ ତାଙ୍କୁ ହତ୍ୟା କରାଗଲା ଖୁବ ଶୀଘ୍ର ଜଣାପଡିବ ବୋଲି ଖଣ୍ଡପଡା SDPO କହିଛନ୍ତି ।
ଆହୁରି ପଢ଼ନ୍ତୁ : ମା’ ସହ କଥା ହେଉଥିବା ସମୟରେ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି ମାରି ଜୀବନ ହାରିଲେ ଯବାନ