ମୋଟର ସାଇକେଲ ଚୋର ଗ୍ୟାଙ୍ଗ ଗିରଫ, ୫ ବାଇକ ଜବତ

ଝାରସୁଗୁଡ଼ା : ମୋଟର ସାଇକେଲ ଚୋର ଗ୍ୟାଙ୍ଗକୁ ଗିରଫ କରିଛି ଝାରସୁଗୁଡା ପୋଲିସ । ଆଜି ଝାରସୁଗୁଡା ବଡ଼ମାଲ ଥାନାରେ ଝାରସୁଗୁଡା ଏସଡ଼ିପିଓ ଉମାଶଙ୍କର ସିଂଙ୍କ ଅଧ୍ୟକ୍ଷତାରେ ବାଇକ ଚୋର ଗ୍ୟାଙ୍ଗକୁ ଧରାଯାଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସୂଚନାନୁସାରେ, ଗତ ଜୁଲାଇ ୧୧ତାରିଖରେ ଝାରସୁଗୁଡ଼ା ବଡ଼ମାଲ ଥାନା ଅନ୍ତର୍ଗତ ଘୁଘରପଡ଼ାଠାରେ ଥିବା ଲିଙ୍ଗରାଜ ଘୁଘରଙ୍କ ଗ୍ୟାରେଜରୁ ମୋଟର ସାଇକେଲର ଯନ୍ତ୍ରପାତି ସହିତ କିଛି ମଟର ସାଇକେଲ ପାର୍ଟସ ମଧ୍ୟ ଚୋରି ହୋଇଥିଲା ।

ଏହାକୁ ନେଇ ଲିଙ୍ଗରାଜ ଘୁଘର ବଡ଼ମାଲ ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ବଡ଼ମାଲ ପୋଲିସ ଏକ ରିପୋର୍ଟ ଦାଖଲ କରି ତଦନ୍ତ କରିଥିଲା ଏବଂ ଏହାକୁ ନେଇ ଗ୍ୟାରେଜରେ ହୋଇଥିବା ଚୋରି ଘଟଣାରେ ୭ ଜଣକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଝାରସୁଗୁଡା ଏସଡ଼ିପିଓ ସୂଚନା ଦେଇଛନ୍ତି । ଗିରଫ କରାଯାଇଥିବା ଚୋରଙ୍କ ଠାରୁ ୫ଟି ବାଇକ, କିଛି ଯନ୍ତ୍ରପାତି ଏବଂ ବହୁତ ମୋଟର ସାଇକେଲ ପାର୍ଟସ ମଧ୍ୟ ଜବତ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

 

You might also like