ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଗାଡି କାଗଜପତ୍ର ବୈଧତା

ଭୁବନେଶ୍ୱର(କେ ନ୍ୟୁଜ): ବଢିଲା ଗାଡି କାଗଜପତ୍ର ବୈଧତା । ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବୈଧତା ବଢାଯାଇଛି । କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ଗାଡି କାଗଜପତ୍ର ଗୁଡିକର ବୈଧତା ବୃଦ୍ଧି କରିବା ପାଇଁ ଅନୁରୋଧ କରିଥିଲେ । ଓଡ଼ିଶା ପରିବହନ ପ୍ରାଧିକରଣ ପକ୍ଷରୁ ଏହି ସବୁ କାଗଜ ପତ୍ରର ଅବଧି ବୃଦ୍ଧି କରାଯାଇଛି । ଗାଡି ଗୁଡିକର ପଞ୍ଜିକରଣ ସାର୍ଟିଫିକେଟ, ଫିଟନେସ୍‌ ସାର୍ଟିଫିକେଟ, ପରମିଟ୍‌ ଓ ଡିଏଲର୍‌ ବୈଧତା ଅବଧି ଅତିକ୍ରାନ୍ତ କରିଥିଲେ ବି ଆସନ୍ତା ଅକ୍‌ଟୋବର ୩୧ ପର୍ଯ୍ୟନ୍ତ ଏଗୁଡିକ ବୈଧ ରହିବ ।

ଲର୍ଣ୍ଣର ଲାଇସେନ୍ସ ଅବଧି ମଧ୍ୟ ଅକ୍ଟେବାର ୩୧ ପର୍ଯ୍ୟନ୍ତ ବୈଧ ରହିବ । ବୀମା ଓ ପ୍ରଦୂଷଣ ପ୍ରମାଣପତ୍ର ଏବଂ ଅସ୍ଥାୟୀ ପରିମିଟ କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ । ଏନେଇ ଏସଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ଆରଟିଓମାନେ ଅଗ୍ରୀମ ବୁକିଂ କରିବା ସହ ପ୍ରତି ସରକାରୀ କାର୍ଯ୍ୟ ଦିବସରେ ଏହା କରିବାକୁ କୁହାଯାଇଛି ।

 

Leave A Reply

Your email address will not be published.