ହାଇୱା ଧକ୍କାରେ ଜଣେ ମୃତ, ଜଣେ ଗୁରୁତର : ୫୦ ଲକ୍ଷ ଟଙ୍କା କ୍ଷତିପୁରଣ ଦାବି କରି ରାସ୍ତା ଅବରୋଧ କଲେ ଗ୍ରାମବାସୀ

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ଧାମରା ରାସ୍ତାର ବିରସ ହାଇସ୍କୁଲ ଛକ ନିକଟରେ ହାଇୱା ଧକ୍କାରେ ମୋଟର ସାଇକେଲ ଆରୋହୀ ମୃତ ଓ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ । ଗତକାଲି ବିଳମ୍ବିତ ରାତିରେ ଧାମରା ପଟୁ ଆସୁଥିବା ଓଡି-୨୨ଜି-୫୭୭୬ନାମକ ଏକ ଦୃତଗାମୀ ହାଇୱା ବିପରିତ ଦିଗରୁ ଆସୁଥିବା ଏକ ମୋଟର ସାକେଲକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମୋଟର ସାଇକେଲଟି ଜଳି ପାଉଁଷ ହୋଇ ଯାଇଛି । ମୃତକ ହେଉଛନ୍ତି ବିଦେଇପୁର ଗ୍ରାମର ରବିନ୍ଦ୍ର ଜେନାଙ୍କ ୩୫ବର୍ଷିୟ ପୁଅ ରମେଶ ଜେନା ହୋଇଥିବା ବେଳେ ଗୁରୁତର ହେଉଛନ୍ତି ବିରସ ପଂଚାୟତର କାଲିଦାସପୁର ଗ୍ରାମର ଝୁରି ଜେନାଙ୍କ ପୁଅ ଶୁଶୀଳ ଜେନା ବୋଲି ଜଣା ପଡିଛି ।

ଉଭୟ ବାସୁଦେବପୁରରୁ ନିଜର କାମ ସାରି ଘରକୁ ଫେରୁଥିବା ବେଳେ ବିରସ ଛକ ନିକଟରେ ଘଟଣା ଘଟିଛି । ଏହାକୁ ନେଇ ଗ୍ରାମବାସୀ ମାନଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୫୦ଲକ୍ଷଟଙ୍କା କ୍ଷତିପୁରଣ ଦାବୀ କରିବା ସହିତ ଦୀର୍ଷ ୪ବର୍ଷ ଧରି ଧିମା ଗତିରେ ରାସ୍ତାକାମକୁ ତୁରନ୍ତ ଶେଷ କରିବାକୁ ଦାବି କରି ରାସ୍ତାରେ ଶବ ରଖି ଅବରୋଧ କରିଥିଲେ । ଖବରପାଇ ସ୍ତାନୀୟ ପୋଲିସ ଘଟଣା ସ୍ତଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.