କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ହେବ ଏମଓୟୁ : ମୁଖ୍ୟମନ୍ତ୍ରୀ

କେନ୍ଦୁଝର : ମାସ ଶେଷ ଆଡ଼କୁ କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ହେବ ଏମଓୟୁ । କେନ୍ଦୁଝର ଗସ୍ତ ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆସନ୍ତା ୨୮ ଓ ୨୯ରେ ଭୁବନେଶ୍ବରରେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ହେବ। ଏହି ସମୟରେ କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ନେଇ ଏମଓୟୁ ସ୍ବାକ୍ଷର ଉପରେ ଫୋକସ ରହିଛି ବୋଲି ସେ କହିଛନ୍ତି । ଏଥିପାଇଁ ଆଲୋଚନା ଜାରି ରହିଛି । କେନ୍ଦୁଝର ବିକାଶକୁ ପ୍ରାଥମିକତା ଦେବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।