କିସ୍ ଓ ଆମେରିକା ସିଟି ୟୁନିଭରସିଟି ମଧ୍ୟରେ ବୁଝାମଣା: ଶୈକ୍ଷିକ ଓ ଗବେଷଣା କ୍ଷେତ୍ରରେ ଉଭୟ ଶିକ୍ଷାନୁଷ୍ଠାନ ମିଳିତ ଭାବେ କାର୍ଯ୍ୟ କରିବେ

ଭୁବନେଶ୍ବର(କେନ୍ୟୁଜ୍):  କିସ୍ ବିଶ୍ୱବିଦ୍ୟାଳୟ ଓ ଆମେରିକା ନିଉୟର୍କ ସିଟି ୟୁନିଭରସିଟି ଅଧୀନସ୍ଥ ବ୍ରୋଙ୍କ୍‌ସ କମ୍ୟୁନିଟି କଲେଜ ମଧ୍ୟରେ ଶନିବାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । କିସ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ ବ୍ରୋଙ୍କସ କମ୍ୟୁନିଟି କଲେଜର ସଭାପତି ଡ. ଥୋମାସ୍ ଏ ଆଇସେକେନଜେବ୍ ଏହି ବୁଝାମଣାରେ ସ୍ୱାକ୍ଷର କରିଥିଲେ । ଏହି ବୁଝାମଣା ଅନୁଯାୟୀ ଶୈକ୍ଷିକ ଓ ଗବେଷଣା କ୍ଷେତ୍ରରେ ଉଭୟ ଶିକ୍ଷାନୁଷ୍ଠାନ ମିଳିତ ଭାବେ କାର୍ଯ୍ୟ କରିବେ । ଉଭୟ ଶିକ୍ଷାନୁଷ୍ଠାନ ଡିଗ୍ରୀ ଓ ପାଠ୍ୟକ୍ରମସ୍ତରରେ ମିଳିତ ଶୈକ୍ଷିକ କାର୍ଯ୍ୟକ୍ରମ ଗ୍ରହଣ କରିବେ ।

ସେହିପରି ଉଭୟ ଅନୁଷ୍ଠାନ ଛାତ୍ର ଓ ଅଧ୍ୟାପକ ବିନିମୟ କାର୍ଯ୍ୟକ୍ରମ ସହ ମିଳିତ ଭାବେ ଅନ୍ୟାନ୍ୟ ଶୈକ୍ଷିକ କାର୍ଯ୍ୟକ୍ରମ କରିବେ । ଏହି କାର୍ଯ୍ୟକ୍ରମରେ ବ୍ରୋଙ୍କ୍‌ସ କମ୍ୟୁନିଟି କଲେଜର ପେସେନ୍‌ସ ଆଇସେକେନଜେବ୍‌, ଡ. ରେଜା ଖାନ୍‌ବିଲଭାର୍ଦ୍ରି, ଡ. ସକିଲା ମର୍ଚ୍ଚାନ୍‌ଟ, ଡ. ତାରେନ୍ଦ୍ର ଲଖାନ୍‌କାର, ପ୍ରଫେସର ନିଲ୍ ଫିଲିପ୍‌, ପ୍ରଫେସର ପାରମିତା ସେନ୍‌, ହାଇଦ୍ରାବାଦସ୍ଥିତ ଆମେରିକା କନ୍‌ସୁଲେଟ ଜେନେରାଲ୍‌ର ଏସ୍‌ପିଇଏ ସଲିଲ୍ କାଦେର ଉପସ୍ଥିତ ଥିବା ବେଳେ କିସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦିପକ କୁମାର ବେହେରା, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିସ୍‌ର ମହାନିର୍ଦ୍ଦେଶକ ଡ. କାହ୍ନୁ ଚରଣ ମାହାଲିଙ୍କ ସମେତ କିସ୍‌ର ଅନ୍ୟାନ୍ୟ ବହୁ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ ।

Leave A Reply

Your email address will not be published.