ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସହ ତିନିଟି ଅନୁଷ୍ଠାନର ମଧ୍ୟରେ ବୁଝାମଣା ପତ୍ର ହେଲା ସ୍ୱାକ୍ଷରିତ

ଭୁବନେଶ୍ବର(କେନ୍ୟୁଜ୍): ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସହ ତିନିଟି ଅନୁଷ୍ଠାନର ବୁଝାମଣା ପତ୍ର ସ୍ୱାକ୍ଷରିତ । ଆଜି ଖାରବେଳ ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି । ସହରାଞ୍ଚଳରେ ଅନଲାଇନ ମାଧ୍ୟମରେ ସମସ୍ତ ସେବା ପ୍ରଦାନ ନିମନ୍ତେ ଇ-ଗଭ ଫାଉଣ୍ଡେସନ ସହିତ ବୁଝାମଣା ହୋଇଛି । ସେହିପରି ସହରାଞ୍ଚଳରେ ନିଜସ୍ୱ ଆୟବୃଦ୍ଧି ତଥା ଆର୍ଥିକ ପରିଚାଳନା ସୁବ୍ୟବସ୍ଥିତ କରିବା ପାଇଁ ଜନଗ୍ରହ ସହିତ ଏବଂ ଐତିହ୍ୟ ସୁରକ୍ଷା ଏବଂ ପର୍ଯ୍ୟଟନ ବିକାଶର ପ୍ରୋତ୍ସାହନ ପାଇଁ ଭାରତୀୟ ଐତିହ୍ୟ ସହର ନେଟଓ୍ଵାର୍କ ଫାଉଣ୍ଡେସନ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.