ଆୟୁଷ୍ମାନ ଭାରତରେ ସାମିଲ ହେଲା ଓଡ଼ିଶା, ୧.୩ କୋଟି ପରିବାରକୁ ଆୟୁଷ୍ମାନ ଭାରତ କାର୍ଡ ମିଳିବ

ଆୟୁଷ୍ମାନ ଭାରତ ପିଏମ ଜନ ଆରୋଗ୍ୟ ଯୋଜନା ନେଇ କେନ୍ଦ୍ର ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡାଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷର ହୋଇଛି । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ମଧ୍ୟ ଉପସ୍ଥିତ ରହିଛନ୍ତି ।
ଆୟୁଷ୍ମାନ ଭାରତ ଯୋଜନା ପାଇଁ ଏମଓୟୁ ସ୍ୱାକ୍ଷର । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେବା ସହ କହିଛନ୍ତି, ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଏମଓୟୁ । ୧.୩ କୋଟି ପରିବାରକୁ ଆୟୁଷ୍ମାନ ଭାରତ କାର୍ଡ ମିଳିବ । ୱାନ ନେସନ୍ ୱାନ୍ ହେଲଥ କାର୍ଡ ଯୋଜନାର ପରିସରଭୁକ୍ତ । ୩୦ ହଜାର ହସ୍ପିଟାଲ ସହ ଅନୁବନ୍ଧିତ ରହିବ । ସାରା ଭାରତରେ ଏହି କାର୍ଡ କାର୍ୟ୍ୟକାରୀ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ଓଡ଼ିଶାରେ ଆୟୁଷ୍ମାନ ଲାଗୁ ହେଲେ ରାଜ୍ୟ ପ୍ରାୟ ସାଢ଼େ ତିନି କୋଟି ଲୋକ ଉପକୃତ ହେବେ। ଆୟୁଷ୍ମାନ ପିଏମ୍ ଜନ ଆରୋଗ୍ୟ ଯୋଜନାରେ ପ୍ରତି ଯୋଗ୍ୟ ପରିବାର ସ୍ବାସ୍ଥ୍ୟ ସେବାରେ ପ୍ରତିବର୍ଷ ୫ ଲକ୍ଷ ଟଙ୍କାର, କ୍ୟାସଲେସ୍ ସ୍ୱାସ୍ଥ୍ୟ ସେବା ପାଇବେ । ହସ୍ପିଟାଲରେ ସେକେଣ୍ଡାରୀ ଏବଂ ଟେରସିଆରୀ କେୟାର ଏହି ଯୋଜନାରେ ଅନ୍ତର୍ଭୁକ୍ତ।
ଅର୍ଥାତ ଗମ୍ଭୀର ରୋଗ ସହ ଜଟିଳ ରୋଗର ଚିକିତ୍ସା ସୁବିଧା ମିଳିବ। ଯୋଜନାରେ ଉପକୃତ ହେବେ ପ୍ରାୟ ସାଢେ ୩ କୋଟି ଲୋକ । ସରକାରୀ ହସ୍ପିଟାଲ ଓ ଏମପ୍ୟାନେଲଡ ଘରୋଇ ହସ୍ପିଟାଲରେ ମିଳିବ ସୁବିଧା। PM-JAY ଅଧୀନରେ ହସ୍ପିଟାଲରେ କ୍ୟାସଲେସ୍ ସ୍ବାସ୍ଥ୍ୟ ସେବା ପାଇବେ ହିତାଧିକାରୀ। ଏହି ଯୋଜନାରେ ଚିକିତ୍ସା ସମ୍ପର୍କିତ ୧୯୨୯ ପ୍ରକାର ଖର୍ଚ୍ଚ ଅନ୍ତର୍ଭୁକ୍ତ।
ଔଷଧ, ନିଦାନ, ଡାକ୍ତରୀ ଫି, ରୁମ ଚାର୍ଜ, ସର୍ଜନ ଚାର୍ଜ , ଓଟି ଓ ଆଇସିୟୁ ଖର୍ଚ୍ଚ ଆଦି ଆୟୁଷ୍ମାନ ପିଏମ୍ ଜନ ଆରୋଗ୍ୟ ଭିତରେ ଅନ୍ତର୍ଭୁକ୍ତ ଅଛି। ଦେଶରେ ଯେ କୌଣସି ସ୍ଥାନରେ, ଏମପ୍ୟାନେଲଡ ସରକାରୀ ଓ ଘରୋଇ ହସ୍ପିଟାଲରେ ଏହି ଯୋଜନାର ସୁବିଧା ଉପଲବ୍ଧ। ଅର୍ଥାତ ଦେଶର ଯେ କୌଣସି ସ୍ଥାନରୁ ଲେକେ କ୍ୟାସଲେସ୍ ଟ୍ରିଟମେଣ୍ଟ ପାଇ ପାରିବେ। ଘରୋଇ ହସ୍ପିଟାଲ ଭଲି ସରକାରୀ ହସ୍ପିଟାଲଗୁଡିକୁ ମଧ୍ୟ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚର ଭରଣା କରିବେ ସରକାର ।