ଚଳନ୍ତା କାରରେ ଲାଗିଲା ନିଆଁ, ଗାଡି ଛାଡି ଡ୍ରାଇଭର ଫେରାର

କନ୍ଧମାଳ (କେନ୍ୟୁଜ): ଚଳନ୍ତା କାରରେ ନିଆଁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଖଜୁରୀପଡା ଥାନା ଦୁତିପଡା ୫୬ ନମ୍ବର ଜାତୟ ରାଜପଥରେ।

ସୂଚନା ମୁତାବକ ୫୬ ନମ୍ବର ଜାତୟ ରାଜପଥରେ ଯାଉଥିବା ଏକ କାରରେ ହଠାତ୍ ନିଆଁ ଲାଗିଯାଇଥିଲା । ତେବେ ନିଆଁ ଲାଗିଯିବା ପରେ ଘଟଣାସ୍ଥଳରୁ ଡ୍ରାଇଭର ଜଣଙ୍କ ଫେରାର ହୋଇଯାଇଥିବା ଜଣାପଡିଛି । ଏନେଇ  ଖବର ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ନିଆଁ ଲାଗିବାର କାରଣ ଏଯାଏ ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.