ରାଜ୍ୟ ମହିଳା କମିଶନଙ୍କ ନିକଟରେ ପହଞ୍ଚି ନିଜ ପକ୍ଷ ରଖିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି, କହିଲେ-ଅଯଥା ପ୍ରହସନ କରନ୍ତୁ ନାହିଁ

ଭୁବନେଶ୍ବର: ବର୍ଷାଙ୍କ ପରେ ରାଜ୍ୟ ମହିଳା କମିଶନଙ୍କ ନିକଟରେ ପହଞ୍ଚିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ତାଙ୍କୁ ହାଜର ହେବା ପାଇଁ ନୋଟିସ୍‌ କରିଥିଲେ ମହିଳା କମିଶନ। ତେବେ ମହିଳା କମିଶନଙ୍କ ନିକଟରେ ପହଞ୍ଚିବା ପରେ ଅନୁଭବ ପ୍ରତିକ୍ରିୟା ରଖିଛନ୍ତି।

ଅନୁଭବ କହିଛନ୍ତି, ହାଜର ହୋଇ ନିଜ ପକ୍ଷ ରଖିଲି। ମହିଳା କମିଶନ ମା ଓ ଭଉଣୀଙ୍କ ସୁରକ୍ଷା ପାଇଁ ତିଆରି ହୋଇଛି। ମୋ ବିରୋଧରେ ଅଭିଯୋଗ ହୋଇଛି, ଏଣୁ ମୁଁ ସମ୍ମାନ ଦେଇ ହାଜର ହୋଇ ପକ୍ଷ ରଖିଲି। ଏନେଇ ଗଣମାଧ୍ୟମ ଅଯଥା ପ୍ରହସନ କରନ୍ତୁ ନାହିଁ ବୋଲି କହିଛନ୍ତି ଅନୁଭବ ମହାନ୍ତି।

ଅନ୍ୟପଟେ ବର୍ଷା-ଅନୁଭବ ବିବାଦ ଉପରେ ମନ୍ତବ୍ୟ ରଖିଛନ୍ତି ମହିଳା କମିଶନର। ସେ କହିଛନ୍ତି, ଆମେ ଆଶା କରୁଛି ଯେ ଏହି ବିବାଦରେ ପୂର୍ଣ୍ଣଚ୍ଛେଦ ପଡିବ। ଏହି ଆଲୋଚନା ଏକ ନୂତନ ଆଲୋକ ଆଣିବ। ଏହା ଏକ ପରିବାର ଘଟଣା। ପ୍ରାଥମିକ ପର୍ଯ୍ୟାୟରେ ଆଲୋଚନା ହୋଇଛି ଏହା ନିଶ୍ଟିନ୍ତ ନୂତନ ଆଶା ଆଣିବ।

ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାରେ ପୂର୍ବରୁ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ। ମାତ୍ର ସେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.