ନୀତି ଆୟୋଗର SDG ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଟାର୍ଗେଟ, ଏମିତି ଉତ୍ତର ଦେଲା ବିଜେଡି

ଭୁବନେଶ୍ବର : ନୀତି ଆୟୋଗର SDG ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସାଂସଦ ଅପରାଜିତା ଷଡଙ୍ଗୀ । ଦାରିଦ୍ର୍ୟ ଦୂରୀକରଣ, କ୍ଷୁଧାମୁକ୍ତ, ଉନ୍ନତ ଶିକ୍ଷା, ଲିଙ୍ଗ ଭିତ୍ତିକ ସମାନତା ଓ ଆର୍ଥିକ ବିକାଶ କ୍ଷେତ୍ରରେ ଓଡ଼ିଶାର ର‍୍ୟାଙ୍କ୍‌ ତଳେ ରହିଛି ।

ଏସବୁକୁ ନେଇ ରାଜ୍ୟ ସରକାରକୁ ପ୍ରଶ୍ନ କରିଛନ୍ତି ଅପରାଜିତା । ଅନ୍ୟପଟେ ଅପରାଜିତାଙ୍କ ପ୍ରଶ୍ନର ଜବାବ ଦେଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ରିପୋର୍ଟରେ କିଏ ଉପରେ କିଏ ତଳେ ନଥାଏ । ଏଥିରେ କୌଣସି ର‍୍ୟାଙ୍କ ନଥାଏ ବୋଲି କହିଛନ୍ତି ଅମର ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.