କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା_ଷଡ଼ଙ୍ଗୀ ଆଜି ସଡ଼କ, ପରିବହନ ଏବଂ ରାଷ୍ଟ୍ରୀୟ ମହାମାର୍ଗ ମନ୍ତ୍ରଣାଳୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡ଼କରିଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀମତି ଅପରାଜିତା ଷଡଙ୍ଗୀ ଭୁବନେଶ୍ବର ଦେଇ ଯାଇଥିବା ରାଜପଥର ସମସ୍ୟା ବିଷୟରେ ଗଡକରୀଙ୍କୁ ଅବଗତ କରାଇଛନ୍ତି ।
ବିଗତ ଦିନରେ ସଂସଦୀୟ କ୍ଷେତ୍ରର ଜନସାଧାରଣ ବିଭିନ୍ନ ସମୟରେ ଆସି ଅସୁବିଧା ଏବଂ ଆବଶ୍ୟକତା ସାଂସଦଙ୍କୁ ଜନ ଅଭିଯୋଗ ଶୁଣାଣି (Public Grievances Hearing )ସମୟରେ ଜଣାଇଥିଲେ । ଯାହାକୁ ଆଜି ଭୁବନେଶ୍ବର ସାଂସଦ ଗଡ଼କରୀଙ୍କୁ ଜଣାଇଛନ୍ତି।
ବିଗତ ଦିନରେ ରାଜଧାନୀ ବାସୀଙ୍କ ସମସ୍ୟାର ସମାଧାନ ପାଇଁ ସାଂସଦ ଅପରାଜିତା ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥାନୀୟ ଜନ ସାଧାରଣଙ୍କ ସହ ବିଭାଗୀୟ କତୃପକ୍ଷଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ l ପରବର୍ତ୍ତୀ ସମୟରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଏହାର ସଫଳ ରୂପାୟନ ପାଇଁ ପ୍ରାୟସ ରତ ଥିଲେ। ଏହି କ୍ରମରେ ଆଜି ଆଲୋଚନରେ ସଫଳ ଭାବେ ମଞ୍ଜୁରୀ ହେବାକୁ ଥିବା ପ୍ରକଳ୍ପ ଗୁଡିକ ହେଲା:-
୧-କସମୋପଲିସ (Cosmopolis) ଠାରେ ୨୦ କୋଟି ପୁଞ୍ଜି ବିନିଯୋଗରେ ଓଭର ବ୍ରିଜ୍ ନିର୍ମାଣ
୨-କ୍ରାଉନ ହୋଟେଲ ଏବଂ ସତସଙ୍ଗ ବିହାର ଠାରେ ୩ କୋଟି ୨୨ ଲକ୍ଷ ବିନିଯୋଗରେରେ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ।
୩-ବୃହତ ପ୍ରକଳ୍ପ କ୍ୟାପିଟାଲ ରେଜିୟନ ରୋଡ଼ (Capital Region Road ) ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଠାରୁ କଟକ ଜିଲ୍ଲା ଟାଙ୍ଗୀ ପର୍ଯ୍ୟନ୍ତ ୫୭୪୪କୋଟି ପୁଞ୍ଜି ବିନିଯୋଗରେ ରୋଡ (By pass)ନିର୍ମାଣ ହେବ ।
ଏହି ତିନୋଟି ପ୍ରକଳ୍ପରେ ସର୍ବମୋଟ ୫୭୬୭ କୋଟି ୨୨ ଲକ୍ଷ ଟଙ୍କା ବିନିଯୋଗ ହେବ। ଏହି କାର୍ଯ୍ୟକ୍ରମ ପାଇଁ ସାଂସଦ ମହୋଦୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭଗୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡ଼କରିଙ୍କୁ ଧନ୍ୟବାଦ ଜଣେଇଛନ୍ତି ।