ସାଂସଦଙ୍କ ଗୁହାରୀ : ଜଣେ ସର୍ବ କନିଷ୍ଠ ସାଂସଦ ତଥା ଆଦିବାସୀ ମହିଳା ଆଜି ନ୍ୟାୟ ପାଇଁ କାନ୍ଦୁଛି ବୋଲି କହିଲେ ଚନ୍ଦ୍ରାଣି ମୁର୍ମୁ

କେନ୍ୟୁଜ୍(ବ୍ୟୁରୋ): ପୁଣି ନ୍ୟାୟ ମାଗିଲେ ସାଂସଦ ଚନ୍ଦ୍ରାଣି ମୁର୍ମୁ । ଓଟିଭି ରିପୋର୍ଟର ରମେଶ ରଥ ଉଦ୍ଦେଶ୍ୟମୂଳକ ଭାବେ ଏକ ଭିଡ଼ିଓ ଭାଇରାଲ କରିଥିଲେ ବୋଲି କହିଛନ୍ତି ସାଂସଦ ଚନ୍ଦ୍ରାଣୀ ମୁର୍ମୁ । ଜଗି ଓ ବୈଜୟନ୍ତଙ୍କୁ ପ୍ରଶ୍ନ ପଚାରିଛନ୍ତି ଚନ୍ଦ୍ରାଣି। ଫଟୋ ମର୍ଫ କରି ଅଶ୍ଲିଳ ଭିଡିଓ ପ୍ରସ୍ତୁତ କରିବା ସହ ତାକୁ ଭାଇରାଲ କରି ତାଙ୍କୁ ବଦନାମ କରିବା ଓ ମାନସିକ ନିର୍ଯାତନା ଦେବା ଘଟଣାରେ ଓଟିଭର ଜଣେ ଜୁନିଅର ରିପୋର୍ଟରକୁ ଗିରଫ କରିବା ଘଟଣା କଣ ଓଟିଭି ଓ ସାମ୍ବାଦିକଙ୍କ ଉପରେ ଆକ୍ରମଣ କି ? ଚନ୍ଦ୍ରାଣୀ ପଚାରିଛନ୍ତି, ଜଣେ ସର୍ବ କନିଷ୍ଠ ସାଂସଦ ତଥା ଆଦିବାସୀ ମହିଳା ନ୍ୟାୟ ପାଇଁ କାନ୍ଦୁଛି ।

କିନ୍ତୁ ଓଟିଭି, ମିଡିଆରେ ଥିବା ନିଜର ସମ୍ପର୍କକୁ ବ୍ୟବହାର କରି ଏ ଘଟଣାକୁ ଭିନ୍ନ ମୋଡ଼ ଦେବାକୁ ଚାହୁଁଛି। ଏଥିରୁ ଆପଣ ଅନୁମାନ କରୁଥିବେ ବର୍ତ୍ତମାନ ଭାରତରେ ମହିଳାଙ୍କ ଭାଗ୍ୟ କଣ ? ତେଣୁ ଜଗି ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କୁ ଓଟିଭି ରିପୋର୍ଟରକୁ ସୁରକ୍ଷା ନ ଦେବାକୁ ଦାବି କରିଛନ୍ତି ଚନ୍ଦ୍ରାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.