କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ
ଆଜି ସକାଳେ ଡ. ସାମନ୍ତ ଫୁଲବାଣୀଠାରେ ଫୁଲବାଣୀ ପୌରାଞ୍ଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟ ନେଇ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ସହ ଆଲୋଚନା କରିଥିଲେ । ଫୁଲବାଣୀ ପୌରାଞ୍ଚଳରେ ବାକିଆ ଥିବା କାମ ତୁରନ୍ତ ଶେଷ କରାଯିବା ନେଇ ଡ. ସାମନ୍ତ ଆଲୋଚନା କରିଥିଲେ ।
କେନ୍ୟୁଜ୍(ବ୍ୟୁରୋ): ଦୁଇ ଦିନିଆ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମୀକ୍ଷା କାର୍ଯ୍ୟକ୍ରମରେ ସାଂସଦ ଡ. ଅଚ୍ୟୁତ ସାମନ୍ତ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆଜି ସକାଳେ ଡ. ସାମନ୍ତ ଫୁଲବାଣୀଠାରେ ଫୁଲବାଣୀ ପୌରାଞ୍ଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟ ନେଇ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ସହ ଆଲୋଚନା କରିଥିଲେ । ଫୁଲବାଣୀ ପୌରାଞ୍ଚଳରେ ବାକିଆ ଥିବା କାମ ତୁରନ୍ତ ଶେଷ କରାଯିବା ନେଇ ଡ. ସାମନ୍ତ ଆଲୋଚନା କରିଥିଲେ ।
ସେହିପରି ଜିଲ୍ଲାର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଜି ଫୁଲବାଣୀଠାରେ ଓ ବିଜେଡ଼ି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ବିଜେଡ଼ି ଜିଲ୍ଲା ମହିଳା ସଭାପତି ପୁନମ୍ କହଁର, ବିଜୁ ଯୁବ ସଭାପତି ବିଷ୍ଣୁ ଚରଣ ମଲ୍ଳିକ ଓ ଜିଲ୍ଲା ଛାତ୍ର ସଭାପତି ସୁନୀଲ ସେଠୀଙ୍କ ସମେତ ବିଜେଡ଼ିର ବରିଷ୍ଠ ଦଳୀୟ କର୍ମକର୍ତ୍ତାଙ୍କ ସହ ଡ. ସାମନ୍ତ ଆଲୋଚନା କରିଥିଲେ । ଏହି ଅବସରରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ୍, ସିଡିଏମ୍ଓ ଡା. ମନୋଜ କୁମାର ଉପାଧ୍ୟାୟ, ଏଡ଼ିଏମ୍ଓ ଡା ଅଭୟ ପଟ୍ଟନାୟକ ଓ ଡିପିଏମ୍ ମନୋରଞ୍ଜନ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ଡ. ସାମନ୍ତ ମେଡିକାଲର ନୂଆ ସିଟି ସ୍କାନ୍ ମେସିନକୁ ଲୋକାର୍ପଣ କରିଥିଲେ ।
ସେହିପରି ନିକଟରେ ଭୂମିପୂଜନ ହୋଇଥିବା କନ୍ଧମାଳ ଜିଲ୍ଲା ଫୁଲବାଣୀ ଓ ବାଲିଗୁଡ଼ାରେ କିଟ୍ ପକ୍ଷରୁ ପ୍ରତିଷ୍ଠା ହେବାକୁ ଥିବା ଦୁଇ ହସ୍ପିଟାଲ୍ ଓ ଦୁଇ ଦିବାଧ୍ୟାୟୀ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ କିଭଳି ତ୍ୱରାନ୍ଵିତ ହେବ ସେ ନେଇ ଡ. ସାମନ୍ତ ଏଥିରେ ନିୟୋଜିତ ଇଂଜିନିୟର ଓ ଠିକାଦାରଙ୍କ ସହ ଆଲୋଚନା କରିଥିଲେ । ପରେ ବାଲିଗୁଡ଼ାସ୍ଥିତ ଆଦିବାସୀ ମହାବିଦ୍ୟାଳୟ ସାଂସ୍କୃତିକ ସଂସଦର ୩୯ତମ ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ସାମନ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମାହାତ୍ମ୍ୟ ଓ ଶିକ୍ଷାର ଉପଯୋଗିତା ବିଷୟରେ ଉପଦେଶ ଦେଇଥିଲେ ।
ଅପରାହ୍ନରେ ଡ. ସାମନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ ଓ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଅବସରରେ ଡ. ସାମନ୍ତ ସ୍ଥାନୀୟ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ଜିଲ୍ଲାର ବିକାଶ ନେଇ ଆଲୋଚନା କରିଥିଲେ ।
କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ସଂସଦୀୟ କ୍ଷେତ୍ରରେ ଦୁଇ ଦିନିଆ ସମୀକ୍ଷା କାର୍ଯ୍ୟକ୍ରମ ଅବସରରେ ମ୍ୟୁନିସିପାଲିଟି ଅଧ୍ୟକ୍ଷାଙ୍କ ସହ ଆଲୋଚନା କରିଛନ୍ତି । ବକେୟା କାମ ତୁରନ୍ତ ଶେଷ କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି । ସେହିପରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂଆ ସିଟି ସ୍କାନ୍ ମେସିନକୁ ଡ. ସାମନ୍ତ ଲୋକାର୍ପଣ କରିଥିଲେ । ଫୁଲବାଣୀ ଓ ବାଲିଗୁଡ଼ାରେ ଦୁଇ କର୍ପୋରେଟ୍ ହସ୍ପିଟାଲ୍ ଓ ଦୁଇ ଦିବାଧ୍ୟାୟୀ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ତ୍ୱରାନ୍ଵିତ ନେଇ ଡ. ସାମନ୍ତ ଇଂଜିନିୟର ଓ ଠିକାଦାରଙ୍କ ସହ ଆଲୋଚନା କରିଥିଲେ ।.