ଚାଷୀ ପ୍ରସଙ୍ଗରେ ସଂସଦରେ ପ୍ରଶ୍ନ କଲେ ସାଂସଦ ଅଚ୍ୟୁତ ସାମନ୍ତ, ଉତ୍ତର ରଖିଲେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):   ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାପାଇଁ କେନ୍ଦ୍ର ସରକାର କୌଣସି ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି କି ? ସଂସଦରେ ଏଭଳି ପ୍ରଶ୍ନ କରିଛନ୍ତି ସାଂସଦ ଅଚ୍ୟୁତ ସାମନ୍ତ । ବିଭିନ୍ନ ରାଜ୍ୟର କ୍ଷତିଗ୍ରସ୍ତ ଚାଷୀଙ୍କ ବିଶେଷ ଆବଶ୍ୟକତାକୁ ଦୃଷ୍ଟି ରଖି ଚାଷୀଙ୍କୁ ବିହନ ଯୋଗାଣ ଓ ଋଣ ଯୋଗାଇ ଦେବା ଦିଗରେ କି ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ସାର ପାଇଁ ସବସିଡି ଲାଗୁ କରିବା ପାଇଁ ସରକାରଙ୍କ କୌଣସି ପ୍ରସ୍ତାବ ଅଛି କି ବୋଲି ଲୋକସଭାରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଲିଖିତ ପ୍ରଶ୍ନ କରିଛନ୍ତି । ଏହାର ଉତ୍ତରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଉତ୍ତର ରଖିଛନ୍ତି । କେନ୍ଦ୍ର ସରକାର ଫସଲ ଉତ୍ପାଦନ ଭିତ୍ତିକ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସହ ମୌସୁମୀ ସୂଚକାଙ୍କ ଆଧାରିତ ପୁନର୍ନିବେସିତ ମୌସୁମୀ ଆଧାରିତ ଫସଲ ବୀମା ଯୋଜନା ଆରମ୍ଭ କରିଛନ୍ତି ।

central farming minister

ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ୨୦୧୬ ଖରିଫ ଋତୁରୁ ଏହି ଯୋଜନା ଆରମ୍ଭ କରାଯାଇଛି । ଏହା ବ୍ୟତୀତ ସମସ୍ତ ରାଜ୍ୟ ସରକାରଙ୍କଠାରେ ଥିବା ଷ୍ଟେଟ୍‌ ଡିଜାଷ୍ଟର ରେସପନ୍ସ ଫଣ୍ଡର ବିନିଯୋଗ କରିବାର ଅଧିକାର ରାଜ୍ୟ ମାନଙ୍କୁ ଦିଆଯାଇଛି । ସେହିପରି ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଚାଷୀମାନଙ୍କ ଆବଶ୍ୟକତା ଅନୁସାରେ କେନ୍ଦ୍ର ସରକାର ଚାଷୀଙ୍କୁ ବିହନ ଓ ଚାରା ଯୋଗାଇ ଦେଉଛନ୍ତି । ୩୩ ପ୍ରତିଶତରୁ ଅଧିକ ଫସଲ ହାନୀ ହୋଇଥିଲେ ଏସଡିଆରଏଫ ଓ ଏନଡିଆରଏଫ ଅଧୀନରେ ଆର୍ଥିକ ସହାୟତାର ବ୍ୟବସ୍ଥା ରହିଛି । ଚାଷୀ ମାନଙ୍କୁ ୟୁରିଆ ସାର ସବସିଡି ଦରରେ ଯୋଗାଇ ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.