ରାଜ୍ୟ

ଅଇଁଲାଚୁଆଁ ଠାରେ ‘ସାଂସଦ ସାମନ୍ତ ମେଗା ସ୍ୱାସ୍ଥ୍ୟ ଶିବିର’, ଯୋଗ ଦେଲେ କିମସର ୬୦ରୁ ଊର୍ଦ୍ଧ୍ୱ ବରିଷ୍ଠ ଡାକ୍ତର

କଣ୍ଟାମାଳ ଅଇଁଲାଚୁଆଁ ଠାରେ ‘ସାଂସଦ ସାମନ୍ତ ମେଗା ସ୍ୱାସ୍ଥ୍ୟ ଶିବିର’ ଅନୁଷ୍ଠିତ। ଏହି ଶିବିରକୁ ଉଦଘାଟନ କରିଥିଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ଡ. ସାମନ୍ତଙ୍କ ପ୍ରତିଷ୍ଠିତ ଭୁବନେଶ୍ୱର କିମସ ହସପିଟାଲ ଆନୁକୂଲ୍ୟରେ ଏହି ବିଶାଳ ସ୍ୱାସ୍ଥ୍ୟ ଶିବିରରେ କିମସର ୬୦ରୁ ଊର୍ଦ୍ଧ୍ୱ ବରିଷ୍ଠ ଡାକ୍ତର ଓ ବିଶେଷଜ୍ଞ ଯୋଗଦେଇ ସକାଳ ୯ଟାଠାରୁ ରୋଗୀମାନଙ୍କୁ ସ୍ଵାସ୍ଥ୍ୟ ପରାମର୍ଶ ଦେଇଥିଲେ।

ଏଠାରେ ବିନା ଦେୟରେ ରୋଗୀମାନେ ବିଭିନ୍ନ ରୋଗ ନିଦାନ ପରୀକ୍ଷା ନିରୀକ୍ଷା କରିବାର ସୁଯୋଗ ପାଇଥିଲେ। ସାଂସଦ ଡ. ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିରରେ ମେଡ଼ିସିନ୍, ହୃଦରୋଗ, ଅସ୍ଥିଶଲ୍ୟ, ସ୍ନାୟୁରୋଗ, ଚକ୍ଷୁ, ଚର୍ମ, ଶିଶୁରୋଗ, ସ୍ତ୍ରୀ ଓ ପ୍ରସୂତି, ମାନସିକ, ଦନ୍ତ, କର୍ଣ୍ଣ-ନାସା ଓ ଗଳା, ପଲମୋନାରୀ, ନେଫ୍ରୋଲୋଜି, ୟୁରୋଲୋଜି, ଏଣ୍ଡୋକ୍ରାଇନୋଲୋଜି, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ରେଡିଓ଼ଲୋଜି ବିଭାଗର ବହୁ ଅଭିଜ୍ଞ ଡାକ୍ତର ଉପସ୍ଥିତ ରହି ୪ହଜାର ରୋଗୀଙ୍କୁ ମାଗଣାରେ ଚିକିତ୍ସା କରିବ ସହ ଔଷଧ ବଣ୍ଟନ କରିଥିଲେ। ସାଂସଦ ଡ. ସାମନ୍ତଙ୍କ ଏହି ପଦକ୍ଷେପକୁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ ପ୍ରତିନିଧିମାନେ ଯୋଗ ଦେଇଥିଲେ।

Niharanjan

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

2 hours ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

3 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago