ଅନୁଗୁଳ: ଉଦଘାଟନୀ କାର୍ଯ୍ୟକ୍ରମରେ ସାଂସଦ- ବିଧାୟକ ବାକଯୁଦ୍ଧ, ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି

ଅନୁଗୁଳ(କେନ୍ୟୁଜ୍): ଉଦଘାଟନୀ କାର୍ଯ୍ୟକ୍ରମରେ ସାଂସଦ- ବିଧାୟକ ବାକଯୁଦ୍ଧ। ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ କୋଭିଡ କେୟାର ସେଣ୍ଟର ଉଦଘାଟନ ବେଳେ ମୁହାଁମୁହିଁ ହୋଇଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ ଏବଂ ପIଲଲହଡ଼ା ବିଧାୟକ ମୁକେଶ ପାଲ । ପାଲଲହଡ଼ା ଆଦର୍ଶ ବିଦ୍ୟାଳୟରେ ଏକ କୋଭିଡ କେୟାର ସେଣ୍ଟର ଉଦଘାଟନର କାର୍ଯ୍ୟକ୍ରମ ରହିଥିଲା। ଉଦଘାଟନୀ ଉତ୍ସବରେ ସ୍ଥାନୀୟ ବିଧାୟକ ମୁକେଶ କୁମାର ପାଳ ଏବଂ ସାଂସଦ ମହେଶ ସାହୁଙ୍କୁ ଅତିଥି ଭାବେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା।

angul1

ତେବେ ସାଂସଦ ମହେଶ ସାହୁ ପହଞ୍ଚିବାରେ ବିଳମ୍ବ ହେବାରୁ ବିଧାୟକ କୋଭିଡ଼ କେୟାର ସେଣ୍ଟରକୁ ଉଦ୍‌ଘାଟନ କରିଥିଲେ। ସାଂସଦ ମହେଶ ସାହୁ ପହଞ୍ଚିବା ପରେ ଉଦ୍‌ଘାଟନ କାର୍ଯ୍ୟ ଶେଷ ହୋଇଥିବା ଜାଣି କ୍ଷୁବ୍‌ଧ ହୋଇ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ବିଧାୟକ ଓ ତାଙ୍କ ସମର୍ଥକ ସାଂସଦଙ୍କ ଏଭଳି ଆଚରଣକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ସାଂସଦ ସେଠାରୁ ରାଗି ଚାଲିଯାଇଥିଲେ। ଲୋକପ୍ରତିନିଧିଙ୍କ ଏଭଳି ଆଚରଣକୁ ସ୍ଥାନୀୟ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି ।

You might also like