୨୦୨୧ ଜନଗଣନା ସମୟରେ ଓଡ଼ିଶାରେ ସାମାଜିକ, ଆର୍ଥିକ ତଥା ଅନ୍ୟ ପଛୁଆ ବର୍ଗଙ୍କୁ ଚିହ୍ନଟ କରିବା ପାଇଁ ଦାବି

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟସଭାରେ ଦାବି ଦୋହରାଇଲେ ସସ୍ମିତ ପାତ୍ର । ୨୦୨୧ ଜନଗଣନା ସମୟରେ ଓଡ଼ିଶାରେ ସାମାଜିକ, ଆର୍ଥିକ ତଥା ଅନ୍ୟ ପଛୁଆ ବର୍ଗଙ୍କୁ ଚିହ୍ନଟ କରିବା ପାଇଁ ସେ କହିଛନ୍ତି । ରାଜ୍ୟ ସରକାର ନେଇଥିବା ନିଷ୍ପତିକୁ କାର୍ଯ୍ୟକାରୀ କରିବା ଦିଗରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ୧୯୩୧ରୁ ଦେଶରେ ଜନଗଣନା ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟରେ ସାମାଜିକ ଆର୍ଥିକ ତଥା ଅନ୍ୟ ପଛୁଆ ବର୍ଗଙ୍କ ପ୍ରକୃତ ସଂଖ୍ୟା କିମତବା ତଥ୍ୟ ହୋଇପାରିନାହିଁ । ଫଳରେ ସେମାନଙ୍କ ବିକାଶ ପାଇଁ ନିର୍ଦ୍ଦିଷ୍ଟ ଯୋଜନା ପ୍ରଣୟନ କରିବା ଦିଗରେ ଅନେକ ଅସୁବିଧା ହେଉଛି । ତେଣୁ ଆଗାମୀ ଜନଗଣନା ସମୟରେ ଏହାକୁ ସାମିଲ କରିବାକୁ ଓଡ଼ିଶା କ୍ୟାବିନେଟରେ ପ୍ରସ୍ତାବ ଗୃହୀତ ହୋଇଛି । ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ ମଧ୍ୟ କରାଯାଇଛି । ଜନଗଣନା ସମୟରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ଗୃହରେ କହିଛନ୍ତି ସସ୍ମିତ ପାତ୍ର । ଏହି ପ୍ରସଙ୍ଗକୁ ସେ ରାଜ୍ୟସଭାରେ ଉପସ୍ଥାପନ କରିବା ପାଇଁ ସ୍ୱିକୃତି ପ୍ରଦାନ କରିବାକୁ ସେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏକ ପତ୍ର ଲେଖିଥିଲେ ।

Leave A Reply

Your email address will not be published.