ଯାଜପୁର ସାଂସଦଙ୍କ ଅଚାନକ ଧର୍ମଶାଳା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ, ବିଭିନ୍ନ ଅବ୍ୟବସ୍ଥା ନେଇ ପ୍ରକାଶ କଲେ ଅସନ୍ତୋଷ

ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଆଜି ଅଚାନକ ଧର୍ମଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ପ୍ରଥମେ ସାଂସଦ ଶ୍ରୀମତୀ ସେଠୀ ମେଡିକାଲରେ ଥିବା ରୋଗୀଙ୍କୁ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ। ଏହାସହ ବିଭିନ୍ନ ବିଭାଗ ବୁଲି ଦେଖିବା ସହ  ନିରାମୟ ଯୋଜନାରେ ରୋଗୀମାନେ ଉପଯୁକ୍ତ ଔଷଧ ପାଉଛନ୍ତି କି ନାହିଁ ସେ ବିଷୟରେ  ଆଲୋଚନା କରିଥିଲେ। ଏହାପରେ ମେଡିକାଲର ଏମସିଏଚ୍ ବିଲଡିଂ ପରିଦର୍ଶନ କରିବା  ପରେ କେଉଁ କାରଣରୁ ଏହା  କାର୍ଯ୍ୟକ୍ଷମ ହେଉନାହିଁ ସେ ବିଷୟରେ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ହସ୍ପିଟାଲରେ ଦୀର୍ଘଦୀନ ହେବ ଅଭାବ ଥିବା  ଡାକ୍ତର ପଦବୀ ଖାଲି  ଓ ଅନୁସଙ୍ଗିକ ସୁବିଧା ନଥିବା ନେଇ ସାଂସଦ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତେବେ ମେଡିକାଲର ଥିବା ବିଭିନ୍ନ ସମସ୍ୟାକୁ ତ୍ବରିତ ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ସାଂସଦ କହିଛନ୍ତି।