ଦୁର୍ଘଟଣାର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି କଲେ ସାଂସଦ ସୁରେଶ

ଅଇଁଠାପାଲି ଥାନା ଅନ୍ତର୍ଗତ ମାଁ କାମାକ୍ଷା ମନ୍ଦିର ନିକଟରେ ଜଣେ ବ୍ୟକ୍ତି ରାସ୍ତା ପାରି ହେଉଥିବା ସମୟରେ ଏକ ଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା l ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବରଗଡ଼ ସାଂସଦ ଫେରୁଥିବା ସମୟରେ ତାଙ୍କ ନଜର ରାସ୍ତାରେ ପଡ଼ିଥିବା ଉକ୍ତ ବ୍ୟକ୍ତିଙ୍କୁ ଦେଖିଥିଲେ l

ସମ୍ବଲପୁର : ଅଇଁଠାପାଲି ଥାନା ଅନ୍ତର୍ଗତ ମାଁ କାମାକ୍ଷା ମନ୍ଦିର ନିକଟରେ ଜଣେ ବ୍ୟକ୍ତି ରାସ୍ତା ପାରି ହେଉଥିବା ସମୟରେ ଏକ ଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା l ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବରଗଡ଼ ସାଂସଦ ଫେରୁଥିବା ସମୟରେ ତାଙ୍କ ନଜର ରାସ୍ତାରେ ପଡ଼ିଥିବା ଉକ୍ତ ବ୍ୟକ୍ତିଙ୍କୁ ଦେଖିଥିଲେ l

ତୁରନ୍ତ କାଳ ବିଳମ୍ବ ନକରି ତାଙ୍କୁ ତୁରନ୍ତ ନିଜ ଗାଡ଼ିରେ ସମ୍ବଲପୁର ସଦର ମେଡିକାଲ ଆଣିଥିଲେ l ତେବେ ଦୁର୍ଘଟଣା ର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲ କୁ ପଠା ଯାଇଥିଲା l ତେବେ ବରଗଡ଼ ସାଂସଦ ନିଜେ ମେଡ଼ିକାଲରେ ଉପସ୍ଥିତ ରହି ତାଙ୍କର ଚିକିତ୍ସା କରାଇବା ସହ ଏକ ଆମ୍ବୁଲାନ୍ସ ଡାକି ତାଙ୍କୁ ବୁର୍ଲା ନେଇକି ଯାଇଥିଲେ l ସାଂସଦଙ୍କ ଏପରି କାର୍ଯ୍ୟ କୁ ସାଧାରଣ ରେ ପ୍ରଶଂସା କରିଛନ୍ତି l