IMD ଡିଜି ଭାବେ ଦାୟିତ୍ବ ନେଲେ ବିଶିଷ୍ଟ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ବର(କେନ୍ୟୁଜ୍) : ଭାରତୀୟ ପାଣିପାଗ ବିଭାଗର ସର୍ବୋଚ୍ଚ ପଦରେ ଓଡ଼ିଆ। ଆଇଏମଡି ଡିଜି ଭାବରେ ବିଶିଷ୍ଟ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ମିଳିଛି ନିଯୁକ୍ତି। ଏନେଇ କାର୍ମିକ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅଗଷ୍ଟ ୧ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିବେ। ଏହି ପଦରେ ୫ ବର୍ଷ ପାଇଁ ରହିବେ। ବର୍ତ୍ତମାନ ମୃତ୍ୟୁଞ୍ଜୟ ମହାପାତ୍ର ଆଇଏମଡିର ଏଡିଜି ଭାବରେ କାର୍ଯ୍ୟଭାର ତୁଲାଉଛନ୍ତି।

ପାଣିପାଗ ପୂର୍ବାନୁମାନ କ୍ଷେତ୍ରରେ ମୃତ୍ୟୁଞ୍ଜୟଙ୍କର ବହୁ ଆକଳନ ଠିକ୍ ପ୍ରମାଣିତ ହୋଇଛି। ବାତ୍ୟା ଫନି ବେଳେ ଓଡ଼ିଶାବାସୀଙ୍କୁ ପ୍ରତିଟି ମୂହୂର୍ତ୍ତରେ ଦେଉଥିଲେ ଟିକନିଖ ସୂଚନା। ତାପୂର୍ବରୁ ଫାଇଲିନ୍, ହୁଡହୁଡ୍ ଓ ତିତଲି ବେଳେ ବି ମୃତ୍ୟୁଞ୍ଜ ମହାପାତ୍ରଙ୍କ ଆକଳନ ସଠିକ୍ ରହିଥିଲା। ଅଗଷ୍ଟ ୧ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିବେ।