ଗରୀବ ଝିଅମାନଙ୍କ ବିବାହ ପାଇଁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଆରମ୍ଭ, ବଜେଟରେ ୧୨ କୋଟି ଟଙ୍କାର ବ୍ୟବସ୍ଥା

ଭୁବନେଶ୍ୱର : ଗରୀବ ଝିଅମାନଙ୍କୁ ଉପହାର ସ୍ୱରୂପ ସେମାନଙ୍କର ବିବାହ ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆରମ୍ଭ କରିଛନ୍ତି । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଦୁର୍ବଳ ଶ୍ରେଣୀର ଝିଅମାନଙ୍କର ଗଣ ବିବାହ ସହ ସେମାନଙ୍କୁ ଉପହାର ପାଇଁ ସରକାର ଯୋଜନା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି ।

ଏଥିପାଇଁ ସରକାର 2025-26 ଆର୍ଥିକ ବର୍ଷ ପାଇଁ ଗତ୧୭ ତାରିଖରେ ଆଗତ ବଜେଟରେ ୧୨ କୋଟି ଟଙ୍କାର ବ୍ୟବସ୍ଥା କରିଥିବା ଘୋଷଣା କରିଛନ୍ତି । ଝିଅ ଜନ୍ମ ଏକ ଆଶୀର୍ବାଦ ଅଭିଶାପ ନୁହେଁ, ଆମେ ସେମାନଙ୍କର ସ୍ବପ୍ନ ପୁରାଣ କରିବା ଉଚିତ । ଓଡ଼ିଆ ପ୍ରଥା ଓ ପରମ୍ପରାରେ ବିବାହ ବ୍ୟୟବହୁଳ ହୋଇଥିବାରୁ ବହୁ ଗରିବ ପରିବାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ଏଥିପାଇଁ ଆମ ସରକାର “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆରମ୍ଭ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମହିଳା ଓ ଝିଅମାନଙ୍କର ମଙ୍ଗଳ ପାଇଁ ଏହିସବୁ ଯୋଜନା ସୁଭଦ୍ରା ଓ ସୁଭଦ୍ରା ପ୍ଲୁସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।