ଭୁବନେଶ୍ବର : ଅନୁଷ୍ଠିତ ହେବାକୁ ଯାଉଛି ‘ମୁଁ ବି ଚାମ୍ପିଆନ’ କାର୍ଯ୍ୟକ୍ରମ

ଭୁବନେଶ୍ବର (କେନ୍ୟୁଜ୍) : ସାମାଜିକ ସଂଗଠନ ୟୁଥ୍ ଫର ଭଲ୍ୟୁଣ୍ଟାରୀ ୱାର୍କ ଓ ପିପିଏଲ ନ୍ୟୁଜର ମିଳିତ ଆନୁକୁଲ୍ୟରେ ‘ମୁଁ ବି ଚାମ୍ପିଆନ’ କାର୍ଯ୍ୟକ୍ରମ ଆସନ୍ତା ଅନୁଷ୍ଠିତ ହେବାକୁ ଯାଉଅଛି। ନିକୋପାର୍କ ସ୍ଥିତ ନନ୍ଦିନୀ ପଲ୍ଲୀ ବସ୍ତି ଠାରେ ମଙ୍ଗଳବାର ସକାଳ ୮ ଘଟିକା ସମୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଏହା ଜରିଆରେ ବସ୍ତି ପିଲାଙ୍କର ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋକଚନକୁ ଆଣି ସେମାନଙ୍କୁ ଉଚିତ ପ୍ଲାର୍ଟଫର୍ମ ପ୍ରଦାନ କରାଯିବା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଅଭିନେତ୍ରୀ ତଥା ପ୍ରଯୋଜିକା ଦିପ୍ତିରାଣୀ, ହାସ୍ୟ ଅଭିନେତା ରବି କୁମାର ପ୍ରମୁଖ ଯୋଗଦେବେ ବୋଲି ସୂଚନା ରହିଛି।