ପାଦେ ଆଗେଇଲା ପୌର ନିର୍ବାଚନ ପ୍ରକ୍ରିୟା: ଓ୍ଵାର୍ଡ ପୁନର୍ଗଠନ ଓ ସଂରକ୍ଷଣର ଚିଠା ବିଜ୍ଞପ୍ତି ଜାରି କଲେ ସବୁ ଜିଲ୍ଲାପାଳ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ପୌର ନିର୍ବାଚନ ପ୍ରକ୍ରିୟା ପାଦେ ଆଗେଇଛି। ପୌରାଞ୍ଚଳର ଓ୍ଵାର୍ଡ ପୁନର୍ଗଠନ ଓ ସଂରକ୍ଷଣର ଚିଠା ବିଜ୍ଞପ୍ତି ଜାରି ହୋଇଛି। ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନେ ଏହି ତାଲିକା ପ୍ରକାଶ କରିଛନ୍ତି। ଚିଠା ସଂରକ୍ଷଣ ତାଲିକା ଉପରେ ଲୋକମାନେ ସେମାନଙ୍କ ଆପତ୍ତି ଅଭିଯୋଗ ୧୮ ତାରିଖ ସୁଦ୍ଧା ଜଣାଇବେ। ଜିଲ୍ଲାପାଳମାନେ ତାହାର ବିଚାର କରି ନଭେମ୍ବର ୨୯ ତାରିଖରେ ସୀମା ପୁନଃନିର୍ଦ୍ଧାରଣ ଓ ସଂରକ୍ଷଣର ଚୂଡାନ୍ତ ବିଜ୍ଞପ୍ତି ଜାରି କରିବେ।

ନଭେମ୍ବର ୨୯ରୁ ଡିସେମ୍ବର ୧୨ ତାରିଖ ମଧ୍ୟରେ ସାଧାରଣ ଲୋକ ଜିଲ୍ଲାପାଳଙ୍କ ଏହି ବିଜ୍ଞପ୍ତି ଉପରେ ଅଭିଯୋଗ କିମ୍ବା ପ୍ରସ୍ତାବ ସିଧାସଳଖ ନଗର ଉନ୍ନୟନ ବିଭାଗକୁ ଜଣାଇବେ। ତାହା ପରେ ନଗର ଉନ୍ନୟନ ବିଭାଗ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ କରି ନିର୍ବର୍ାଚନ କମିସନଙ୍କୁ ହସ୍ତାନ୍ତର କରିବେ। ପୌରସଂସ୍ଥାଗୁଡ଼ିକର ଅଧ୍ୟକ୍ଷ ପଦବି ନିମନ୍ତେ ସଂରକ୍ଷଣ ତାଲିକା ସିଧାସଳଖ ନଗର ଉନ୍ନୟନ ବିଭାଗ ପରେ ଜାରି କରିବ। ବର୍ତ୍ତମାନ ରାଜ୍ୟରେ ୧୧୫ଟି ପୌରସଂସ୍ଥା ରହିଛି।

ତାହା ମଧ୍ୟରୁ ୫ଟି ମହାନଗର ନିଗମ, ୪୮ଟି ପୌରପାଳିକା ଓ ୬୨ଟି ଏନ୍‌ଏସି ରହିଛି। ସେହିପରି ୩ ମହାନଗର ନିଗମ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ କମିସନରମାନେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣର ତଥ୍ୟ ନଭେମ୍ବର ୧୫ ତାରିଖ ସୁଦ୍ଧା ନଗର ଉନ୍ନୟନ ବିଭାଗକୁ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.