ହତ୍ୟା ଅଭିଯୁକ୍ତଙ୍କ ପରିବାରକୁ ଗାଁରୁ ତଡ଼ି ଦେବାକୁ ଦାବି

ସୁନ୍ଦରଗଡ଼ (କେନ୍ୟୁଜ୍‌) : ଗତ ମାସ ୨୯ ତାରିଖ ରାତିରେ ସୁନ୍ଦରଗଡ ଟାଉନ ଥାନା ଅଂଚଳର ରଂଗାଢିପା ରାସ୍ତାରେ ମୁରାରୀ ତନ୍ତୀଙ୍କୁ ହତ୍ୟା କରାଯାଇଥିଲା । ରାସ୍ତା ମଝିରେ ତାଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଘଟଣାର ୩ ଦିନ ପରେ ପୋଲିସ ହତ୍ୟାକାଣ୍ଡରେ ସଂପୃକ୍ତ ୪ ଅପରାଧୀଙ୍କୁ ଧରିବା ସହ ଗତକାଲି କୋର୍ଟଚାଲାଣ କରିଛି। ଏହା ସହ ହତ୍ୟାକାଣ୍ଡରେ ବ୍ଯବହୃତ ବନ୍ଧୁକ ଓ ବାଇକ ଜବତ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସୁନ୍ଦରଗଡ ଏସ.ପି ସାଗରିକା ନାଥ ପ୍ରକାଶ କରିଥିଲେ। ଏହା ପରେ ଅ।ଜି ସ୍ଥାନୀୟ ମହନ୍ତିଅ।ପଡାର ଶତାଧିକ ମହିଳା ଏକ ବୈଠକ କରି ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ ଗାଁରୁ ତଡ଼ିବା ଦେବା ପାଇଁ ଦାବି କରିଛନ୍ତି ।

ଅଭିଯୁକ୍ତଙ୍କ ପରିବାର ପଡାରେ ବାରମ୍ବାର ଗଣ୍ଡଗୋଳ କରୁଥିବାରୁ ଏମାନଙ୍କୁ ପୋଲିସ ଅନ୍ୟତ୍ର ପଠାଇ ଦେବାକୁ ଦାବି କରିଛନ୍ତି । ନଚେତ ପଡାବାସୀ ଅ।ଇନକୁ ହାତକୁ ନେବେ ବୋଲି କହିଛନ୍ତି। ଏଣୁ ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାର ଅ।ବଶ୍ଯକତା ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.