ଭୁବନେଶ୍ବର : ମାଟିରେ ମିଶିଲା ହତ୍ୟାକାରୀର ଘର । ଭୁବନେଶ୍ବର ଏୟାରଫିଲ୍ଡ ଥାନା ବିଲଡର ସସ୍ମିତ ବିଶ୍ବାଳ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ଟୁଲୁ ମହାନ୍ତିର ଘର ଭାଙ୍ଗିଛି ପୋଲିସ । ପଧାନସାହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଥିବା ୪ ବଖରା ଘର ଭଙ୍ଗାଯାଇଛି । ସେଠାରେ ଟୁଲୁ ମହାନ୍ତିର ଥିବା ଏକ ଅଫିସ, ପାନ ଦୋକାନ ଓ ଓଲଡିଂ ଦୋକାନ ଉପରେ ବୁଲଡୋଜର ଚଢାଇ ମାଟିରେ ମିଶାଇଲା ପୋଲିସ । ବିଲଡର ସସ୍ମିତ ବିଶ୍ବାଳ ହତ୍ୟା ମାମଲାରେ ମୋଟ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରଯାଇଥିଲା । ଏବେବି ଏକାଧିକ ଅଭିଯୁକ୍ତ ଫେରାର୍ ଅଛନ୍ତି। ଗତ ଏପ୍ରିଲ ମାସରେ ଏୟାରଫିଲ୍ଡ ଥାନା ପଧାନସାହି ଖେଳ ପଡିଆ ନିକଟରେ ହୋଇଥିଲା ହତ୍ୟାକାଣ୍ଡ । ଯେଉଥିରେ ଜଣେ ହୋମଗାର୍ଡ ମଧ୍ୟ ସାମିଲ ଥିଲେ। ଦାଦାବଟି ପାଇଁ ଜମି ଜବରଦଖଲ ପାଇଁ ଜଣେ ବିଲଡରକୁ ହତ୍ୟା କରିଥିଲେ ଟୁଲୁ ମହାନ୍ତି।
Also read :ଗାଡ଼ି ଧକ୍କାରେ ୨ କଲେଜ ଛାତ୍ରୀ ମୃତ, ଉତ୍ୟକ୍ତ ଛାତ୍ରୀଙ୍କ ପକ୍ଷରୁ ରାସ୍ତାରୋକ