ଖୋର୍ଦ୍ଧା ବାଣପୁର ଥାନା ଦୀକ୍ଷିତ ପଡ଼ା ଗାଁରେ ଅଭାବନୀୟ ଘଟଣା:  କଲେଜ ଛାତ୍ରକୁ ଅପହରଣ ପରେ ହତ୍ୟା ଅଭିଯୋଗ

ଟାଙ୍ଗୀ(କେନ୍ୟୁଜ୍): କଲେଜ ଛାତ୍ରକୁ ଅପହରଣ ପରେ ହତ୍ୟା ଅଭିଯୋଗ । ଖୋର୍ଦ୍ଧା ବାଣପୁର ଥାନା ଦୀକ୍ଷିତ ପଡ଼ା ଗାଁରେ ଅଭାବନୀୟ ଘଟଣା । ୨୩ ତାରିଖ ସଂଧ୍ୟାରେ କଲେଜ ପଢୁଆ ପୁଅ ଟିଉସନ ଯାଇ ଆଉ ଘରକୁ ଫେରିନଥିଲା । ଛାତ୍ରଙ୍କ ଶବକୁ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରିଛି ବାଣପୁର ପୋଲିସ । ଛାତ୍ର ଜଣକ ହେଉଛନ୍ତି ବାଣପୁର ଥାନା ବଡ଼ହନ୍ତୁଆଡ଼ ଖମାର ସାହିର ପ୍ରଶାନ୍ତ ମହାପାତ୍ରଙ୍କ ପୁଅ ଆଶୁତୋଷ । ଆଶୁତୋଷ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍‌ିତୀୟ ବର୍ଷରେ ପାଠ ପଢୁଥିଲେ । ସୋମବାର ପୂର୍ବାହ୍ନରେ ଆଶୁତୋଷଙ୍କୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଯାଇଥିବା ଥାନାରେ ଅଭିଯୋଗ କରିଥିଲେ ।

ଦୁର୍ବୃତ୍ତମାନେ ଆଶୁତୋଷଙ୍କ ଫୋନରୁ ବାରମ୍ବାର ବାପାଙ୍କ ଫୋନକୁ ଏକାଧିକ ମେସେଜ ପଠାଇଥିଲେ । ଯେଉଁଥିରେ ତାଙ୍କ ପୁଅ ସୁରକ୍ଷିତ ଅଛି ଏବଂ ପାଞ୍ଚ ଲକ୍ଷ ଟଙ୍କା ଦେଲେ ପୁଅକୁ ଛାଡ଼ିବୁ ବୋଲି କହିଥିଲେ । ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କୁ ଜେରା କରିଥିଲା ପୋଲିସ । ଅଭିଯୁକ୍ତ କାହ୍ନା ପ୍ରଧାନଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ସେ ହିଁ ଆଶୁତୋଷକୁ ହତ୍ୟା କରି କୂଅରେ ପକାଇଦେଇଥିବା ସ୍ୱିକାର କରିଥିଲା । ଏକ ଅର୍ଦ୍ଧନିର୍ମିତ ଘରେ ଅପହରଣ କରି ରଖିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଦଉଡି ଜରିଆରେ ବେକକୁ ଚିପି ହତ୍ୟା କରି କୂଅ ମଧ୍ୟକୁ ଫୋପାଡ଼ିଦେଇଥିଲେ । ଆଜି ଅପରାହ୍ନରେ ବାଲୁଗାଁ ଏସଡିପିଓଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ଟିମ ସମ୍ପୃକ୍ତ ଅଞ୍ଚଳକୁ ଅଭିଯୁକ୍ତଙ୍କ ସହ ଯାଇ ସିନ ରିକ୍ରିଏସନ କରିଥିଲା । କୂଅରୁ ଆଶୁତୋଷଙ୍କ ମୃତ ଶରୀରକୁ ଉଦ୍ଧାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.