ସାଙ୍ଗମାନଙ୍କ ସହ ଯାତ୍ରା ଦେଖି ଯିବା ହେଲା କାଳ,ଗଣ୍ଡଗୋଳରେ ଗଲା ଜୀବନ

ଆନନ୍ଦପୁର (କେନ୍ୟୁଜ୍) : ସାଙ୍ଗ ମାନଙ୍କ ସହ ଯାତ୍ରା ଦେଖି ଯିବା ହେଲା କାଳ । ଗଣ୍ଡଗୋଳରେ ଗଲା ନାବାଳକ ର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମହୁଲଡିହା ଥାନା ଅଞ୍ଚଳରେ । ୧୨ ବର୍ଷର ନାବାଳକକୁ ପିଟି ପିଟି ହତ୍ୟା ଅଭିଯୋଗ ।
ମୃତକ ହେଲେ ମହୁଲଡିହା ଥାନା ସାଳଚୁଆ ଗାଁର ବିଜୟ କୁମାର ନାୟକ ।
ସେ ଗତକାଲି ରାତିରେ ଘରକୁ ଫେରୁଥିବା ବେଳେ ସାଙ୍ଗ ମାନଙ୍କ ସହ ଗଣ୍ଡଗୋଳ ହୋଇଥିଲା । ମାର୍ ପିଟରେ ସେ ଗୁରୁତର ଆହତ ହେବା ସହ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପରେ ତଦନ୍ତ ଜାରି ରଖିଛି ।