ବ୍ରହ୍ମପୁରରେ ବୀଭତ୍ସ ହତ୍ୟାକାଣ୍ଡ

ବ୍ରହ୍ମପୁର (କେନ୍ୟୁଜ୍) : ସହରର ବ୍ରଜନଗର ତୃତୀୟ ଲାଇନରେ ବୀଭତ୍ସ ହତ୍ୟାକାଣ୍ଡ । ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକ ଜଣକ ହେଲେ ବ୍ରଜନଗରର ପ୍ରଦୀପ ବେହେରା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରିଛି ପୋଲିସ ।
ପୂର୍ବରୁ ପ୍ରଦୀପଙ୍କ ଉପରକୁ ଗୁଳିମାଡ଼ ମଧ୍ୟ ହୋଇଥିଲା । ଗତକାଲି ସଂନ୍ଧ୍ୟାରୁ ପ୍ରଦୀପ ଘରକୁ ଫେରିନଥିଲେ । ଆଜି ସକାଳୁ ସ୍ଥାନୀୟ ଲୋକେ ତାଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଂଚି ଅଧିକ ଛାନଭିନ୍ କରିଛି ।