ଝାରସୁଗୁଡା : ଯୁବକଙ୍କୁ ପିଟିପିଟି ହତ୍ୟା

ଝାରସୁଗୁଡା(କେ ନ୍ଯୁଜ୍) : ଯୁବକଙ୍କୁ ପିଟିପିଟି ହତ୍ୟା। ବଡମାଲ ଥାନା ଅଧିନସ୍ଥ ହିର୍ମା ଗ୍ରାମର ମୁଣ୍ଡାପଡା ଠାରେ ହରେକ୍ରୁଷ୍ଣପୁର ଗ୍ରାମର ବିଜୟ ଭୋଇଙ୍କୁ ଦୁଇ ଜଣ ଯୁବକ ଠେଙ୍ଗାରେ ମାରି ପୁଣି ତାଙ୍କୁ ଘୋଷାଡି ଘୋଷାଡି ନେଇ ପାଖରେ ଥିବା ପୋଖରୀରେ ବୁଡାଇ ହତ୍ୟାକରିଥିବା ଜଣାଯାଇଛି। ତେବେ ହତ୍ୟାକାଣ୍ଡ ପଛରେ ପୁର୍ବ ଶତ୍ରୁତା ଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସୂଚନା ଦେଇଛି। ମ୍ରୁତ ବିଜୟ ପୁର୍ବରୁ ଏକ ହତ୍ୟାକାଣ୍ଡରେ ସମ୍ପ୍ରୁକ୍ତ ଥିବାବେଳେ କିଛି ଦିନ ହେବ ଜେଲରୁ ବାହାରିଥିଲା। ହତ୍ୟାକାଣ୍ଡ ଘଟାଇଥିବା ଦୁଇ ଜଣକୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି।