ବିଲ ମଝିରୁ ଠାବ ହେଲା ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
ସୋର (କେନ୍ୟୁଜ): ବିଲମଝିରୁ ଠାବ ହେଲା ଯୁବକଙ୍କ ମୃତଦେହ। ତାଙ୍କୁ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି। ମୃତକ ଧୀରଜ ଜେନା ବୋଲି ଜଣାଯାଇଛି। ବିହାର ରାଜ୍ୟର ରାଜମିସ୍ତ୍ରୀ ଧୀରଜ ଜେନା ସୋର ଥାନା ମଧୁସୂଦନପୁର ପଂଚାୟତ ଖଜିଡିହା ଗାଁରେ ରହି ଆସୁଥିଲେ। ଯୁବ ରାଜମିସ୍ତ୍ରୀଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା କୁହାଯାଉଛି ।
ସେହି ଗାଁରେ ରଶ୍ମିତା ଦାସକୁ ଭଲ ପାଇ ବିବାହ କରି ଥିଲେ। ଗତକାଲି ସନ୍ଧ୍ୟାରେ ଧୀରଜ ମଦ ପିଇ ଝଗଡା କରିବାରୁ ତାର ଶଶୁର ତାକୁ ମାଡ଼ ଦେଇଥିଲେ । ଧୀରଜ ମାଡ଼ ଖାଇ ଘରୁ ଚାଲି ଯାଇଥିବା କଥା ଶଶୁର କହିଛନ୍ତି। ସକାଳେ ଘର ନିକଟସ୍ଥ ବିଲରେ ଧୀରଜର ମୃତଦେହ ପଡିଥିବାର ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ।
ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ କରିଥିବା ଜଣାପଡ଼ିଛି। ତେବେ ଧୀରଜଙ୍କ ମୁହଁରୁ ରକ୍ତ ବାହାରୁଥିବା ହେତୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।