ରାଜଧାନୀରେ ହତ୍ୟାକାଣ୍ଡ, ଗାଁ ଦାଣ୍ଡରେ ପଡିରହିଛି ମୃତଦେହ
ଭୁବନେଶ୍ବର: ରାଜଧାନୀରେ ହତ୍ୟାକାଣ୍ଡ । ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ବିରିବନ୍ଧରେ ହତ୍ୟାକାଣ୍ଡ ଘଟିଛି । ଗାଁ ଦାଣ୍ଡରେ ହତ୍ୟା କଲେ ଦୁର୍ବୃତ୍ତ । ମୃତକ ହେଲେ ବାଉରୀବନ୍ଧୁ ବେହେରା । ହତ୍ୟା ପରେ ଗାଁ ଦାଣ୍ଡରେ ପଡିରହିଛି ମୃତଦେହ । ତେବେ ବର୍ତ୍ତମାନ ଯାଏଁ କିଏ ହତ୍ୟା କରିଛି । ସେନେଇ କାରଣ ଅସ୍ପଷ୍ଟ ରହିଛି ।
ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଏୟାରଫିଲ୍ଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ଏପିରିକି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ରିପୋର୍ଟ ଆସିବା ପରେ ହତ୍ୟାର ସଠିକ କାରଣ ଜଣାପଡିଛି । ଏହାବ୍ୟତୀତ ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ମଧ୍ୟ ନେଇପାରେ ପୋଲିସ ।