ରାଉରକେଲା ଷ୍ଟିଲ ପ୍ଲାଣ୍ଟ କର୍ମଚାରୀଙ୍କୁ ଗୁଳିମାରି ହତ୍ୟା

ରାଉରକେଲା(କେନ୍ୟୁଜ୍) : ରାଉରକେଲା ଷ୍ଟିଲ ପ୍ଲାଣ୍ଟ କର୍ମଚାରୀଙ୍କୁ ଗୁଳିମାରି ହତ୍ୟା । ସେକ୍ଟର ୧ ଡି ବ୍ଲକ କ୍ୱାଟରରେ ବାସ କରୁଥିବା କୈଳାସ ସାହୁଙ୍କ ଘରେ ପଶି ହତ୍ୟା କରାଯାଇଛି। ଦୁଇଜଣ ଯୁବକ ତାଙ୍କ ଘରକୁ ଆସି କଥାବାର୍ତ୍ତା କରିବା ବେଳେ ଜଣେ ହଠାତ ତାଙ୍କ ମୁଣ୍ଡକୁ ଗୁଳି ମାରିଥିଲେ।
ଗୁଳିମାରି ଦୁଇ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଇଜିଏଚରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେକ୍ଟର ୩ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଟଙ୍କା ଦେଣନେଣ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଅନୁମାନ କରିଛି।