ସମେଇଗଡ଼ିଆ ଅଞ୍ଚଳରେ ହତ୍ୟାକାଣ୍ଡକୁ ନେଇ ହଇଚଇ, କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମର ତଦନ୍ତ

ଭୁବନେଶ୍ୱର: ହୋଲିରେ ରାଜଧାନୀରେ ୨ଟି ହତ୍ୟାକାଣ୍ଡକୁ ନେଇ ହଇଚଇ । ତଦନ୍ତ କରୁଛି କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍ । ମଞ୍ଚେଶ୍ଵର ଥାନା ସମେଇଗଡ଼ିଆ ଅଞ୍ଚଳରେ ହୋଇଥିବା ଆୟୁଷ୍ମାନ ପତିଙ୍କୁ ହତ୍ୟାକାଣ୍ଡ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଥାନାର ୧୦୦ ମିଟର ଭିତରେ ଦିନ ଦିପହରେ ତାଙ୍କୁ ହତ୍ୟା କରାଯାଇଥିଲା । ଗୋଡ଼ାଇ ଗୋଡ଼ାଇ ଛୁରିରେ ଭୁସି ହତ୍ୟା କରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ ।
ସୂଚନା ଅନୁସାରେ ଗତକାଲି ଭୁବନେଶ୍ବରରେ ଦୁଇ ଦୁଇଟି ହତ୍ୟାକାଣ୍ଡ ହୋଇଥିଲା । ସମେଇଗାଡିଆ ଅଞ୍ଚଳରେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା । ଛୁରା ମାଡ଼ରେ ଟଳି ପଡ଼ିଥିଲେ ଯୁବକ । କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡ଼ାକ୍ତର । ମୃତ ଯୁବକ ସମେଇଗାଡିଆ ଅଞ୍ଚଳର ଆୟୁଷ୍ମାନ ପତି ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ମଞ୍ଚେଶ୍ୱର ଆଇଆଇସି ଏବଂ ଜୋନ୍ ୫ ଏସିପି ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।
ସେହିପରି ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଛୁରି ଭୁସି ଯୁବକଙ୍କୁ ହତ୍ୟା କରାଯାଇଥିଲା । ଯୁବକଙ୍କୁ ୩ରୁ ଅଧିକ ଦୁର୍ବୃତ୍ତ ମିଶି ହତ୍ୟା କରିଥିବା ସନ୍ଦେହ ହୋଇଥିଲା । ମଦ ନିଶାରେ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ହେଲେ ଗୁପି ଗୁଣି । ତାଙ୍କ ମୃତ୍ୟୁପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ଆହୁରି ପଢ଼ନ୍ତୁ : ବ୍ରାହ୍ମଣୀ ନଦୀରେ ବୁଡି ଗଲେ ବୃଦ୍ଧ, ୩୦ ଘଣ୍ଟା ପରେ ବି ନିଖୋଜ