ଶାଳବଣରେ ଦୁଇ ଭାଇଙ୍କ ହତ୍ୟା ମାମଲା, ପୋଲିସର ତଦନ୍ତ ଜାରି

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଶାଳବଣରେ ଦୁଇ ଭାଇଙ୍କୁ ହତ୍ୟା ମାମଲାରେ ପୋଲିସର ତଦନ୍ତ  ଜାରି ।  ଦୁଇ ଭାଇ ସଞ୍ଜୟ ବାରିକ ଓ ଅଜୟ ବାରିକଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରି ପୋଡ଼ି ଦେବା ପଛରେ ପୂର୍ବଶତ୍ରୁତା ଥିବା ସନ୍ଦେହ କରାଯାଉଛି ।  ଚୋରା ମଦ କାରବାର ସହ ବହୁ ଅପରାଧିକ ମାମଲାରେ ସଂପୃକ୍ତ ଥିଲେ ଦୁଇ ଭାଇ ।

ବେଗୁନିଆପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦେବହରି ସାହୁଙ୍କ ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ଉଭୟ ସଞ୍ଜୟ ବାରିକ ଓ ଅଜୟ ବାରିକ ମଧ୍ୟ ଜେଲ ଯାଇଥିଲେ ।  ମିଳିଥିବା ସୂଚନା ଅନୁସାରେ ଗାଁଠାରୁ ପ୍ରାୟ ୭ କିଲୋମିଟର ଦୂରରେ  ଥିବା ଶାଳବଣ ଗାଁକୁ ଯାଇଥିଲେ ଦୁଇଭାଇ ।

ତେବେ ଦୁର୍ବୃତ୍ତମାନେ ଶାଳବଣରେ ହତ୍ୟା ପରେ ମରେଇନୂଆଗାଁ ନିକଟରେ ମୃତଦେହରେ ନିଆଁ ଲଗାଇଦେଇଛନ୍ତି ।  ଦୁଇ ଭାଇଙ୍କ  ଅର୍ଦ୍ଧଦଗ୍ଧ ଶବ ଜବତ ସହ ବ୍ୟବଚ୍ଛେଦ କରାଯାଇଛି ।  ଘଟଣାସ୍ଥଳରୁ କିଛି ନମୁନା ସଂଗ୍ରହ କରି ତଦନ୍ତ କରୁଛି ପୋଲିସ ।

Also read: ଦୁଇ ଭାଇଙ୍କୁ ମାରି ଜାଳିଦେଲେ ଦୁର୍ବୃତ୍ତ, ମୃତଦେହ ଜବତ କରି ତଦନ୍ତ କରୁଛି ପୋଲିସ