ପାରିବାରିକ କଳହକୁ କେନ୍ଦ୍ରକରି ହତ୍ୟାକାଣ୍ଡ: ଶ୍ବଶୁରଙ୍କୁ ଛୁରି ଭୁସି ହତ୍ୟା କଲା ଜ୍ବାଇଁ, ଶାଳୀ ଏବଂ ଶାଶୁ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଘରୋଇ କଳହକୁ କେନ୍ଦ୍ରକରି ଜ୍ୱାଇଁର ଛୁରି ମାଡରେ ଶ୍ବଶୁର ମୃତ। ଶାଳୀ ଏବଂ ଶାଶୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କଲେ ପରିବାର ଲୋକେ। ମୃତକ ଶ୍ବଶୁର ହେଲେ ଶୁଶାନ୍ତ ମହୁରୀ।

ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅଂଚଳର ଜଗା ମହୁରୀ ଗତ 4 ବର୍ଷ ପୂର୍ବରୁ କମର୍ଦା ଥାନା ଅନ୍ତର୍ଗତ କୂଷୁଡ଼ା ଗ୍ରାମର ଶୁଶାନ୍ତ ମହୁରୀଙ୍କ ଝିଅକୁ ବିବାହ କରିଥିଲେ। ବିବାହ ପରଠୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ଯରେ ବିଭିନ୍ନ ସମୟରେ ପାରିବାରିକ କଳହ ଲାଗି ରହିଥିଲା । ତେବେ ଗତ ରାକ୍ଷୀ ପୂର୍ଣ୍ଣମୀରେ ସୁଶାନ୍ତଙ୍କ ଝିଅ ରାକ୍ଷୀ ବାନ୍ଧିବା ପାଇଁ ବାପା ଘରକୁ ଆସିଥିଲା। ତେବେ ରାକ୍ଷୀ ବାନ୍ଧି ସାରିବା ପରେ ଗତ ରବିବାର ଦିନ ଶାଶୁ ଘରକୁ ଫେରିବାର ଥିଲା ମାତ୍ର କୌଣସି କାରଣ ବଶତଃ ସେ ଶାଶୁ ଘରକୁ ଫେରି ନଥିଲେ । ଯାହା ଫଳରେ ଜ୍ୱାଇଁ ଜଗା ମହୁରୀ ଉତକ୍ଷିପ୍ତ ହୋଇ ଆଜି ସକାଳେ ଶ୍ବଶୁର ଘରେ ପହଞ୍ଚି ସ୍ତ୍ରୀ କୁ ମାରଧର କରିଥିଲେଜ୍ୱାଇଁ

ଏଥିରେ ଶ୍ବଶୁର ଘର ଲୋକେ ବାରଣ କରିବାରୁ ଜ୍ୱାଇଁ ଜଗା ସାଙ୍ଗରେ ଆଣିଥିବା ଭୂଜାଲିରେ ଶ୍ବଶୁର, ଶାଳୀ ଏବଂ ଶାଶୁ ଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେଜ୍ୱାଇଁଏଥିରେ ଶ୍ବଶୁର ସୁଶାନ୍ତଙ୍କ ମୃତ୍ଯୁ ହୋଇଥିବା ବେଳେ ଶାଶୁ ,ସ୍ତ୍ରୀ ଏବଂ ଶାଳୀ ଙ୍କୁ ଗୁରୁତର ଅବସ୍ଥାରେ ଜଳେଶ୍ବର ଜିକେ ଭଟ୍ଟର ହସପିଟାଲରେ ଭର୍ତ୍ତି କରାଯାଇଛିଜ୍ୱାଇଁ ଖବର ପାଇ କମର୍ଦ୍ଦା ଥାନା ପୋଲିସ ଅଭିଯୁକ୍ତ ଜ୍ୱାଇଁ ଜଗା ମହୁରୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.