ଏଏସଆଇଙ୍କ ବିରୋଧରେ ହତ୍ୟା ଅଭିଯୋଗ: ନ୍ୟାୟ ପାଇବା ପାଇଁ କେନ୍ଦ୍ରାପଡ଼ା ଏସପିଙ୍କୁ ଭେଟିଲେ ପୁଅକୁ ହରାଇଥିବା ମାଆ

କେନ୍ଦ୍ରାପଡ଼ା : ମହିଳା ଏଏସଆଇଙ୍କ ବିରୋଧରେ ହତ୍ୟା ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଅଭିଯୋଗ ଅନୁଯାୟୀ ପଟ୍ଟାମୁଣ୍ଡାଇ ଥାନାରେ କାର୍ଯ୍ୟ କରୁଥିବା ମହିଳା ଏଏସଆଇଙ୍କ ସହ ତାଙ୍କ ପୁଅ ଦେବାଶିଷଙ୍କର ପ୍ରେମ ସମ୍ପର୍କ ଥିଲା । ଜାତିଆଣ ମନୋଭାବ ଯୋଗୁ ତାଙ୍କ ପୁଅକୁ ବିବାହ କରିବାକୁ ଅମଙ୍ଗ ହୋଇଥିଲେ ମହିଳା ଏଏସ୍‌ଆଇ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସଂପର୍କ ତିକ୍ତ ହୋଇଥିଲା।

ଗତ ୩ ତାରିଖରେ ଦେବାଶିଷଙ୍କୁ ଜରୁରୀ କାମ ଥିବା କହି ଦୁଇ ଜଣ ପୁରୀ ଡକାଇଥିଲେ । ପରଦିନ ଦେବାଶିଷଙ୍କ ମୃତଦେହ ଭାର୍ଗବୀ ନଦୀକୂଳରୁ ମିଳିଥିଲା । ସଂପୃକ୍ତ ମହିଳା ଏଏସ୍‌ଆଇଙ୍କ ଘର ପୁରୀରେ ହୋଇଥିବାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଦେବାଶିଷଙ୍କ ମାଆ ଅଭିଯୋଗ କରିଛନ୍ତି। ପ୍ରଥମେ ପୁରୀ ବଳିଆପଣ୍ଡା ଥାନାରେ ଏତଲା ଦିଆଯାଇଥିଲା । କିଛି ସୁଫଳ ନମିଳିବାରୁ କେନ୍ଦ୍ରାପଡ଼ା ଏସପିଙ୍କୁ ଭେଟି ନ୍ୟାୟ ମାଗିଛନ୍ତି ପୁଅକୁ ହରାଇଥିବା ମାଆ। ସମ୍ପୃକ୍ତ ମହିଳା ଏଏସଆଇଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.