ବିବାଦ ଘେରରେ ହକି ତାରକା: ବନ୍ଧୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ବିରେନ୍ଦ୍ର ଲାକ୍ରାଙ୍କ ନାରେ ଅଭିଯୋଗ !

(କେନ୍ୟୁଜ): ଅଡୁଆରେ ହକି ତାରକା ବିରେନ୍ଦ୍ର ଲାକ୍ରା । ଜଣେ ଯୁବକ ଆନନ୍ଦଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ହକି ଅଲିମ୍ପିୟାନ୍‌ ବିରେନ୍ଦ୍ର ଲାକ୍ରା ଅଡୁଆରେ । ମୃତ ଯୁବକ ଜଣକ ହେଲେ ବିରେନ୍ଦ୍ର ଲାକ୍ରାଙ୍କ ବନ୍ଧୁ ଆନନ୍ଦ କୁମାର ଲାକ୍ରା । ଆନନ୍ଦଙ୍କ ମୃତ୍ୟୁରେ ବିରେନ୍ଦ୍ର ଓ ତାଙ୍କର ଜଣେ ବାନ୍ଧବୀଙ୍କ ହାତ ଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର । ବିରେନ୍ଦ୍ର ଜଣେ ଅର୍ନ୍ତଜାତୀୟ ସ୍ତରର ଖେଳାଳି ତଥା ପୋଲିସ ଡିଏସପି ଭାବେ କାର୍ଯ୍ୟରତ ଥିବାରୁ ଏହାକୁ ଏକ ଆତ୍ମହତ୍ୟା ରୂପ ଦିଆଯାଉଥିବା ସାମ୍ବାଦିକ ସମ୍ମଳନୀରେ ଅଭିଯୋଗ କରାଯାଇଛି । ତେଣୁ ପରିବାର ପକ୍ଷରୁ ଘଟଣାର ତୁରନ୍ତ ସିବିଆଇ ତଦନ୍ତ ଦାବି କରାଯାଉଛି ।

ଗତ ଫ୍ରେବୃଆରୀ ୨୮ ତାରିଖରେ ଆୟୁଷ ରେଡିୟମ୍‌ ଫ୍ଲାଟରୁ ଆନନ୍ଦଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ଭୁବନେଶ୍ୱର ଇନଫୋସିଟି ଥାନା ପୋଲିସ୍‌ । ଏହା ପରେ ପୋଲିସ ବୀରେନ୍ଦ୍ର ମୃତକଙ୍କ ବାପାଙ୍କୁ ଫୋନ ମାଧ୍ୟମରେ ସୂଚନା ଦେଇଥିଲେ। ମୃତକଙ୍କ ବେକରେ ୨ଟି ଦାଗ ରହିଥିଲା। ୧୦ ଦିନ ପୂର୍ବରୁ ଆନନ୍ଦ ବିବାହ କରିଥିଲେ। ପ୍ରକାଶଥାଉକି, ହକିତାରକ ବୀରେନ୍ଦ୍ର ଲାକ୍ରା ଓ ଆନନ୍ଦ ପିଲାଦିନର ସାଙ୍ଗ ଥିଲେ। ଏମିତିକି ବୀରେନ୍ଦ୍ରଙ୍କୁ ମୃତକଙ୍କ ପରିବାରବର୍ଗ ପୁଅ ଭଳି ଦେଖୁଥିଲେ। ବୀରେନ୍ଦ୍ରଙ୍କ ବିବାହ ସମୟରେ ମଧ୍ୟ ମୃତକଙ୍କ ବାପା ମା ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଗତ ନଭେମ୍ବର ମାସରେ ବୀରେନ୍ଦ୍ର ମୃତକଙ୍କ ଘରେ ପହଞ୍ଚି ତା ବାପାଙ୍କୁ କହିଥିଲେ,”ଆନନ୍ଦ ଏମିତି କଣ ହେଉଛି। ତାକୁ ମନା କର। ଏ ବିଷୟରେ କିନ୍ତୁ ବୀରେନ୍ଦ୍ର ଆଉ କିଛି ଅଭିଯୋଗ କରିନଥିଲେ। ଏମିତିକି ମୃତ୍ୟୁ ଦିନ ବୀରେନ୍ଦ୍ର ଘଟଣାସ୍ଥଳକୁ ନେଇକି ଗଲେନି। ଯେତେ ଅନୁରୋଧ କଲେ ବି ସେ ବାହାନା କରିବା ସହ ଇନଫୋସିଟି ଥାନାକୁ ଡାକିଥିଲେ। ମୃତକ ଆନନ୍ଦ ଓ ବୀରେନ୍ଦ୍ରଙ୍କ ସହ ରହୁଥିବା କୁତ୍ରା ବ୍ଲକ ଅନ୍ତର୍ଗତ ସମଲେଇମୁଣ୍ଡାର ମୂଳ ନିବାସୀ ମନଜିତ ଏକାସାଙ୍ଗରେ ପାଠ ପଢିଥିଲେ ଓ ଭଲ ବନ୍ଧୁ ଥିଲେ। ମୃତ୍ୟୁ ଦିନ ଉକ୍ତ ଫ୍ଲାଟରେ କେବଳ ବୀରେନ୍ଦ୍ର ଓ ମନଜିତ ଉପସ୍ଥିତ ଥିଲେ। ଭୁବନେଶ୍ୱର ପୁଲିସ ସହାୟତା କରୁନଥିବା ଅଭିଯୋଗ ହୋଇଛି। ଏଣୁ ସିବିଆଇ ତଦନ୍ତ ଦାବି କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.