ଯାଆ ପାଇଁ ଗଲା ଯାଆର ଜୀବନ, ସ୍ୱାମୀର ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ହତ୍ୟାକାଣ୍ଡ

ମୟୂରଭଞ୍ଜ(କେନ୍ୟୁଜ୍): ଅନୈତିକ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ । ମହିଳାଙ୍କ ଠେଙ୍ଗାମାଡ଼ରେ ମହିଳା ମୃତ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନେଦାମ ଗାଁରେ । ସୂଚନା ମୁତାବକ, ଗାଁରେ ରହୁଥିବା ଜଣେ ବିଧବା ମହିଳାଙ୍କ ସହ ଗଜେନ୍ଦ୍ର ଭକ୍ତାଙ୍କ ଅନୈତିକ ସମ୍ପର୍କ ଥିବା ସନ୍ଦେହରେ କରିଥିଲେ ପତ୍ନୀ ଶାନ୍ତି ଭକ୍ତା ।

ଏହାକୁ ନେଇ ଉକ୍ତ ମହିଳାଙ୍କୁ ଶାନ୍ତି ଓ ତାଙ୍କ ପୁଅ ପାଟିତୁଣ୍ଡ କରିଥିଲେ । ଝଗଡ଼ାର ସମାଧାନ ପାଇଁ ଉକ୍ତ ମହିଳାଙ୍କ ଯାଆ ସରସ୍ୱତୀ ନାଏକ ହସ୍ତକ୍ଷେପ କରିବାରୁ ଉତକ୍ଷୀପ୍ତ ହୋଇ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲା ଶାନ୍ତି । ଘଟଣାସ୍ଥଳରେ କପ୍ତିପଦା ପୋଲିସ ପହଞ୍ଚି ଅଭିଯୁକ୍ତ ମହିଳା ଓ ପୁଅକୁ ଥାନାରେ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.