ଜମିବାଡ଼ି ସାମ୍ନାରେ ହାର ମାନିଲା ସଂପର୍କ !

bargad murderବରଗଡ଼ : ଜମିବାଡିକୁ କେନ୍ଦ୍ର କରି ହତ୍ୟାକାଣ୍ଡ। କକାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁତୁରା। ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଜଡା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ପଡୋଶୀଙ୍କ ଅଭିଯୋଗ ଅନୁଯାୟୀ, ମୃତ କାଳିଆଙ୍କ ୨ଝିଅ ଏବଂ ସମସ୍ତେ ବିବାହିତ। ତେବେ ତାଙ୍କର ପୁଅ ନଥିବାରୁ ତାଙ୍କ ସମ୍ପତ୍ତି ଉପରେ ପୁତୁରା ମୋହନର ଆଖି ଥିଲା। ଫଳରେ ସମ୍ପତ୍ତି ହାତେଇବା ପାଇଁ ସେ ନିଜ କକାକୁ ହତ୍ୟା କରିଥିବା ଭଟଲି ପୋଲିସ ସୂଚନା ଦେଇଛି। ଏନେଇ ଏକ ମାମଲା ରୁଜୁ ହେବା ସହ ପୋଲିସ ମୋହନକୁ ଗିରଫ କରିଛି। ତା ନିକଟରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ମଧ୍ୟ ଜବତ କରାଯାଇଛି।

Leave A Reply

Your email address will not be published.